ଗୋଆରେ ‘କଂଗ୍ରେସ’ ତା’ର ପ୍ରାର୍ଥୀମାନଙ୍କୁ ରିସର୍ଟକୁ ନେଇଯିବା ପରେ ନିଜ ପ୍ରାର୍ଥୀମାନଙ୍କୁ ପହରା ଦେଉଛି ‘ଆପ୍‌’

ଗୋଆରେ ‘କଂଗ୍ରେସ’ ତା’ର ପ୍ରାର୍ଥୀମାନଙ୍କୁ ରିସର୍ଟକୁ ନେଇଯିବା ପରେ ନିଜ ପ୍ରାର୍ଥୀମାନଙ୍କୁ ପହରା ଦେଉଛି ‘ଆପ୍‌’

ପାନାଜି: କଂଗ୍ରେସ ତା’ର ବିଧାୟକ ପ୍ରାର୍ଥୀମାନଙ୍କୁ ଗୋଆର ଗୋଟାଏ ରିସର୍ଟକୁ ସ୍ଥାନାନ୍ତରିତ କରିବା ପରେ ‘ଆପ୍‌’ ମଧ୍ୟ ନିଜ ପ୍ରାର୍ଥୀମାନଙ୍କୁ ପହରା ଦେଉଛି। କଥା ବିଶେଷସୂତ୍ରରୁ ଜଣାପଡ଼ିଛି ଯେ, ରାଜ୍ୟର କେତେକ ସ୍ଥାନରେ ‘ଆପ୍‌’ ପ୍ରାର୍ଥୀମାନଙ୍କୁ ଏକତ୍ର କରି ରଖାଯାଇଛି।

publive-image Image Courtesy of NDTV

ଗୋଆରେ କୌଣସି ଦଳ ସଂଖ୍ୟାଗରିଷ୍ଠତା ହାସଲ କରିବେ ନାହିଁ ଏବଂ ଝୁଲା ସରକାର ହେବ ବୋଲି ପୂର୍ବାଭାସ ମିଳିବା ପରେ ଉଭୟ ଦଳ ୨୦୧୭ରେ ଘଟିଥିବା ଘଟଣା ପୁନଶ୍ଚ ନ ଘଟାଇ ଦେବାକୁ ସେମାନଙ୍କ ପ୍ରାର୍ଥୀମାନଙ୍କୁ ପହରା ଦେବା ଆମ୍ଭ କରିଛନ୍ତି।

publive-image Image Courtesy of NDTV

କୁହାଯାଉଛି, ଉତ୍ତର ଗୋଆରେ ଥିବା ଗୋଟାଏ ରିସର୍ଟକୁ କଂଗ୍ରେସ୍‌ ତା’ର ପ୍ରାର୍ଥୀମାନଙ୍କୁ ନେଇ ରଖିଛି। ଗୁରୁବାର ଦିନ ଭୋଟ୍‌ ଗଣନା ସରି ଫଳାଫଳ ପ୍ରକାଶ ପାଇବା ପର୍ଯ୍ୟନ୍ତ ସେମାନେ ସେଠାରେ ଅବସ୍ଥାନ କରିବେ।

ସମ୍ପ୍ରତି ଗୋଆରେ ଥିବା ବରିଷ୍ଠ କଂଗ୍ରସ ନେତା ପି. ଚିଦମ୍ବରମ୍‌ ଗତକାଲି କହିଥିଲେ ଯେ, ପ୍ରାର୍ଥୀ ଚୋରଙ୍କ ପ୍ରତି ତାଙ୍କ ଦଳ ମଧ୍ୟ ସତର୍କ ରହିଛି।

ସୂଚନାଯୋଗ୍ୟ, ୪୦ ସଦସ୍ୟବିଶିଷ୍ଟ ଗୋଆ ବିଧାନସଭାର ନିର୍ବାଚନ ନିମନ୍ତେ ଫେବ୍ରୁଆରି ୧୪ ତାରିଖରେ ଭୋଟ୍‌ ଗ୍ରହଣ କରାଯାଇଥିଲା। ମାର୍ଚ ୧୦ ତାରିଖରେ ଫଳାଫଳ ପ୍ରକାଶ ପାଇବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe