ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ସଂପର୍କରେ ପଚରା ଯାଇଥିବା ପ୍ରଶ୍ନ ଉପରେ ହସି ହସି ଏପରି ଉତ୍ତର ଦେଲେ ସାଂସଦ ରାଘବ ଚଢ଼ା

Advertisment
ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ସଂପର୍କରେ ପଚରା ଯାଇଥିବା ପ୍ରଶ୍ନ ଉପରେ ହସି ହସି ଏପରି ଉତ୍ତର ଦେଲେ ସାଂସଦ ରାଘବ ଚଢ଼ା

ମୁମ୍ବ‌ାଇ: ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ସାଂସଦ ରାଘବ ଚଢ଼ାଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିବା ନେଇ କଥା ଉଠିଛି। ସୋସିଆଲ୍‌ ମିଡିଆରେ ଦୁହିଁଙ୍କର କିଛି ଫଟୋ ଭାଇରାଲ୍‌ ହେବା ପରେ ଦୁହିଁଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ସେମାନେ ସାଥି ହୋଇ କରିଥିବା ରାତ୍ର ଭୋଜନ ଓ ମଧ୍ୟାହ୍ନ ଭୋଜନର ଫଟୋ ସୋସିଆଲ୍‌ ମିଡିଆରେ ଦେଖିବା ପରେ ସେମାନଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିବା ଚର୍ଚ୍ଚା ଜୋର୍‌ ଧରିଥିଲା। ତେବେ ଅଭିନେତ୍ରୀ ପରିଣୀତି ଓ ନେତା ରାଘବଙ୍କ ମଧ୍ୟରେ ବାସ୍ତବରେ ସେପରି କୌଣସି ସଂପର୍କ ଅଛି କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। କାରଣ ସେ ଦୁହେଁ ଏ ନେଇ ଏଯାବତ୍‌ କୌଣସି ଆନୁଷ୍ଠାନିକ ଘୋଷଣା କରିନାହାନ୍ତି।

ଗତକାଲି ଅର୍ଥାତ ମାର୍ଚ ୨୩ ତାରିଖରେ ଯେତେବେଳେ ରାଘବଙ୍କୁ ବାରମ୍ବାର ପରିଣୀତିଙ୍କ ବିଷୟରେ ପ୍ରଶ୍ନ ପଚରାଗଲା ‌ତ ସେ ତାହାର ଉତ୍ତରରେ ହସି ହସି କହିଥିଲେ, ‘ଦୟା‌କରି ମୋତେ ରାଜନୀତି ସଂପର୍କରେ ପ୍ରଶ୍ନ ପଚାରନ୍ତୁ, ପରିଣୀତିଙ୍କ ସଂପର୍କରେ ପଚାରନ୍ତୁନି’।

ତେବେ ରାଘବଙ୍କର ଏହି ଉତ୍ତର ଗଣମାଧ୍ୟମ ପ୍ରତିନିଧିଙ୍କୁ ସନ୍ତୁଷ୍ଟ କରିପାରି ନଥିଲା। ସେମାନେ ପୁଣି କହିବା ଆରମ୍ଭ କରିଥିଲେ ଯେ ପରିଣୀତି ଓ ତାଙ୍କ ମଧ୍ୟରେ କ’ଣ ସଂପର୍କ ରହିଛି ତାହା ଲୋକ ଜାଣିବାକୁ ଚାହାନ୍ତି।

ଯାହାର ଉତ୍ତରରେ ରାଘବ କହିଥିଲେ, ‘ଜବାବ ଦେବି’। ତେବେ ଏପରି କହିବା ପରେ ତାଙ୍କ ମୁହଁରେ ଏକ କୌତୂକିଆ ହସ ଥିଲା ବୋଲି ଗଣମାଧ୍ୟମ ପ୍ରତିନିଧିମାନେ ବ୍ୟକ୍ତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe