ବଦଳିଲା ଦେଶର ସବୁଠାରୁ ବଡ଼ ରାଜନୈତିକ ଦଳ ବିଜେପିର ଠିକଣା

Advertisment
ବଦଳିଲା ଦେଶର ସବୁଠାରୁ ବଡ଼ ରାଜନୈତିକ ଦଳ ବିଜେପିର ଠିକଣା

ବଦଳିଲା ବିଜେପିର ଠିକଣା। ଦେଶର ସବୁଠାରୁ ବଡ ପାର୍ଟି ବିଜେପିକୁ ଆଜି ମିଳିଛି ନୂଆ ଅଫିସ। ୩୪ ବର୍ଷ ପରେ ବଦଳିବାକୁ ଯାଉଛି ବିଜେପିର ଠିକଣା। ଆଜି ବିଜେପିର ନୂଆ ଅଫିସକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଅଶୋକ ରୋଡ ବଦଳରେ ବିଜେପିର ନୂଆ ଅଫିସ ହେବ ୬ ଦୀନଦୟାଲ ଉପାଧ୍ୟାୟ ମାର୍ଗ। ବିଜେପିର ପୁୁରୁଣା ଅଫିସ ୧୧ ଅଶୋକ ରୋଡକୁ ଖାଲି କରିଦିଆଯାଇଛି।

ସମାରୋହରେ ଅମିତ ଶାହ କହିଥିଲେ- ଦେଶର ଏହା ହେଉଛି ସବୁଠାରୁ ବଡ ପାର୍ଟି ଅଫିସ । ଏହି ଅଫିସରେ ସବୁପ୍ରକାରର ସୁବିଧା ରହିଛି। ଆଗାମୀ ଏକବର୍ଷ ମଧ୍ୟରେ ଦେଶର ସବୁ ଜିଲ୍ଲାରେ ବିଜେପିର ଏଭଳି ପାର୍ଟି ଅଫିସ ହେବ। ଏହାଦ୍ୱାରା ଦେଶସାରା ସବୁ ଦଳୀୟ କାମ ସହଜ ହେବ। ଏହି ଅବସରରେ ମୋଦିଙ୍କ କାମକୁ ପ୍ରଶଂସା କରିଥିଲେ ଅମିତ ଶାହ। ଉଦଘାଟନ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନି ପ୍ରମୁଖ ଉପସ୍ଥିତ ଥିଲେ।

publive-image

ଦିଲ୍ଲୀର ୬ ଦୀନଦୟାଲ ଉପାଧ୍ୟାୟ ମାର୍ଗରେ ଥିବା ବିଜେପିର ନୂଆ ଅଫିସରେ ସବୁପ୍ରକାରର ସୁବିଧା ସୁଯୋଗ ରହିଛି। ୮ ହଜାର ବର୍ଗ ମିଟର ଜମି ଉପରେ ବିଜେପିର ଏହି ଅଫିସ ତିଆରି ହୋଇଛି। ଏହାକୁ ତିଆରି କରିବାକୁ ଲାଗିଛି ପ୍ରାୟ ଦେଢ ବର୍ଷ। ଏଥିରେ ୭୦ଟି କୋଠରୀ ରହିଛି। ଏହି ଅଫିସରେ ୩ଟି ବ୍ଲକ ରହିଛି। ମୁଖ୍ୟ ଅଫିସ ସାତ ମହଲା ବିଶିଷ୍ଟ ହୋଇଛି। ଏହାର ଆଖପାଖରେ ଥିବା ଦୁଇଟି ବ୍ଲକ ୩ ମହଲା ବିଶିଷ୍ଟ ହୋଇଛି।

publive-image

ବିଜେପି ଅଫିସର ଗ୍ରାଉଣ୍ଡ ଫ୍ଲୋରରେ ବିଜେପି ଓ ଜନସଂଘ ସହିତ ଜଡିତ ମହାପୁରୁଷଙ୍କ ପ୍ରତିମୂର୍ତି ରହିଛି। ଗ୍ରାଉଣ୍ଡ ଫ୍ଲୋରରେ ବିଜେପିର ଆଠଜଣ ମୁଖପାତ୍ରଙ୍କ ପାଇଁ ଚାମ୍ବର ଅଛି। ମୁଖ୍ୟ ଅଫିସର ତୃତୀୟ ମହଲାରେ ରହିଛି ବିଜେପି ସଭାପତିଙ୍କ ଚାମ୍ବର। ଏହା ସହିତ ସଭାପତିଙ୍କ ପାଇଁ ଏକ ଦଳୀୟ ସଚିବାଳୟ ବି ରହିଛି। ଦ୍ୱିତୀୟ ମହଲାରେ ନେତା, ଉପସଭାପତି, ସଚିବ ଓ ମହାସଚିବ ବସିବା ବ୍ୟବସ୍ଥା ହୋଇଛି। ଗ୍ରାଉଣ୍ଡ ଫ୍ଲୋରରେ ରହିଛି ପ୍ରେସ କନଫରେନ୍‌ସ ହଲ୍‌।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe