ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ପ୍ରାର୍ଥିନୀ ହେବି ବୋଲି କହିନାହିଁ: ପ୍ରିୟଙ୍କା ଗାନ୍ଧୀ ଭଦ୍ରା

ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ପ୍ରାର୍ଥିନୀ ହେବି ବୋଲି କହିନାହିଁ: ପ୍ରିୟଙ୍କା ଗାନ୍ଧୀ ଭଦ୍ରା

Image Courtesy of India Today

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥିନୀ ହେବେ ବୋଲି ପରୋକ୍ଷରେ ସୂଚନା ଦେଇଥିବା ଦଳର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଆଜି ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ, ଆଗାମୀ ଉତ୍ତର ପ୍ରଦେଶ ନିର୍ବାଚନରେ ସେ ମୁଖ୍ୟମନ୍ତ୍ରୀ ପ୍ରାର୍ଥିନୀ ହେବେ ବୋଲି କଦାପି କହି ନାହାନ୍ତି।

ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍‌ଆଇ’ ସହ ସାକ୍ଷାତ୍‌କାର ବେଳେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କହି‌ଛନ୍ତି, ଗୋଟିଏ କଥାକୁ ବାରମ୍ବାର ପଚରାଯିବାରୁ ଚିଡ଼ି ଯାଇ ମୁଁ ସେମତି କହିଥିଲି। ମୁଖ୍ୟମନ୍ତ୍ରୀ ପ୍ରାର୍ଥିନୀ ବୋଲି ମୁଁ କହିନାହିଁ। ଆପଣମାନେ ସେହି ଏକା କଥାକୁ ଥରକୁ ଥର ପଚାରିବାରୁ ବିରକ୍ତ ହୋଇ ମୁଁ ସେପରି କହିପକାଇଲି।

publive-image Image Courtesy of Free Press Journal

ସୂଚନାଯୋଗ୍ୟ, ଶୁକ୍ରବାର ଦିନ ନୂଆଦିଲ୍ଲୀସ୍ଥିତ ଦଳର ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ ତାଙ୍କ ଭାଇ ତଥା କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀ ‘ଭାରତୀ ବିଧାନ’ ଶୀର୍ଷକ ଉତ୍ତର ପ୍ରଦେଶର ଯୁବ ଇସ୍ତାହାର ଉନ୍ମୋଚନ କରିଥିଲେ।

ସେତେବେଳେ କେତେକ ସାମ୍ବାଦିକ ତାଙ୍କୁ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ କଥା ପଚାରିଥିଲେ। କେହି ଜଣେ ସାମ୍ବାଦିକ ତାଙ୍କୁ ଉତ୍ତର ପ୍ରଦେଶ ପାଇଁ ସେ କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ କି, ବୋଲି ପଚାରିବାରୁ ପ୍ରିୟଙ୍କା କହିଲେ, ଆପଣମାନେ କଂଗ୍ରେସ ପାର୍ଟିରୁ ଆଉ କୌଣସି ପ୍ରାର୍ଥୀଙ୍କୁ ଦେଖୁଛନ୍ତି କି? ସବୁ ଜାଗାରେ ମୋତେ ହିଁ ଦେଖୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe