ପଦ୍ମ ଧରିବା ପରେ ସିଦ୍ଧାନ୍ତଙ୍କ ଭାଷା ହେଲା ଶାଣିତ: ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧିଙ୍କୁ ନୀଳବର୍ଣ୍ଣ ଶୃଗାଳ କହିଲେ

ପଦ୍ମ ଧରିବା ପରେ ସିଦ୍ଧାନ୍ତଙ୍କ ଭାଷା ହେଲା ଶାଣିତ: ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧିଙ୍କୁ ନୀଳବର୍ଣ୍ଣ ଶୃଗାଳ କହିଲେ

ଭୁବନେଶ୍ବର: ବିଜେଡ଼ି ଛାଡି ପଦ୍ମ ଧରିବା ପରେ ପରେ ବିଜେପି ଟିକେଟରେ ଦିଗପହଣ୍ଡି ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିବା ସିଦ୍ଧାନ୍ତ ମହାପାତ୍ରଙ୍କ ଭାଷା ଶାଣିତ ହୋଇଛି। ସେ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି।ଉତ୍କଳ ଦିବସ ପାଳନକୁ ନେଇ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କୁ ଏଭଳି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମକୁ ଯିବାକୁ ସମୟ ହେଲାନି।

ସେ ଏଥିପାଇଁ ନିଜ ପ୍ରତିନିଧିଙ୍କୁ ପଠାଇଲେ। ରାଜ୍ୟ ସରକାର ବଡ଼ ବଡ଼ ଘୋଷଣା କରି ଭାଷା ସମ୍ମିଳନୀ ଆୟୋଜନ କଲେ କିନ୍ତୁ ବରପୁତ୍ରଙ୍କ ନାମ ଠିକ୍‌ ଭାବେ ଉଚ୍ଚାରଣ କରିପାରିଲେ ନାହିଁ। ଉତ୍ସବରେ କାନ୍ତ କବିଙ୍କୁ କଣ୍ଠ କବି କୁହାଗଲା।

ପ୍ରତିନିଧି ନୀଳବର୍ଣ୍ଣ ଶୃଗାଳ ପରି ନିଜର ପ୍ରକୃତ ରୂପ ପ୍ରକ‌ାଶ କରିଦେଲେ। ଏପରି କରି ରାଜ୍ୟ ସରକାର କବିଙ୍କୁ ଉପହାସ କରିଛନ୍ତି। ଓଡ଼ିଆ ଭାଷା ଓ ଅସ୍ମିତା ପ୍ରତି ବିପଦ ଆସିଲେ ବିଜେପି ନିଜର ସ୍ବରକୁ ଅଧିକ ଶାଣିତ କରିବ ବୋଲି ସିଦ୍ଧାନ୍ତ କହିଛନ୍ତି।

ଭୃଗୁ ବକ୍ସିପାତ୍ରଙ୍କ ଇସ୍ତଫା ପ୍ରସଙ୍ଗରେ ସେ ପ୍ରଶ୍ନ କରିଛନ୍ତି, ଏବେ ବିଶ୍ୱାସଘାତକତା କିଏ କରୁଛି ? ମୁଁ ଦଳ ଛାଡିବା ବେଳେ ମତେ ବିଶ୍ୱାସ ଘାତକ ବୋଲି କୁହାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe