ବିଜେପିର ବିଦ୍ୱେଷ ଯୋଗୁଁ ରାଜୀବ ଗାନ୍ଧୀ ଜୀବନ ହରାଇଲେ: ଅହମଦ ପଟେଲ୍‌

Advertisment
ବିଜେପିର ବିଦ୍ୱେଷ ଯୋଗୁଁ ରାଜୀବ ଗାନ୍ଧୀ ଜୀବନ ହରାଇଲେ: ଅହମଦ ପଟେଲ୍‌

Image Source: Zee News

ନୂଆଦିଲ୍ଲୀ: ନିର୍ବାଚନ ପ୍ରଚାରରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ଭ୍ରଷ୍ଟାଚାରୀ ନମ୍ବର ୧ କହିବାରୁ ଗୁରୁବାର ଦିନ ବରିଷ୍ଠ କଂଗ୍ରେସ ନେତା ଏବଂ ରାଜ୍ୟସଭା ସାଂସଦ ଅହମଦ୍‌ ପଟେଲ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏବଂ ବିଜେପିକୁ ସମାଲୋଚନା କରି କହିଛନ୍ତି ଯେ ରାଜୀବ ଗାନ୍ଧୀଙ୍କ ହତ୍ୟା ପାଇଁ ବିଜେପି ଦାୟୀ।

ପଟେଲ୍‌ ଟୁଇଟ୍‌ କରିଛନ୍ତି: ଜଣେ ସହିଦ ପ୍ରଧାନମନ୍ତ୍ରୀଙ୍କୁ ଗାଳି ଦେବା ଚରମ କାପୁରଷତାର ସଙ୍କେତ, କିନ୍ତୁ ତାଙ୍କ ହତ୍ୟା ପାଇଁ କିଏ ଦାୟୀ?
ବିଶ୍ୱସ୍ତ ଗୁଇନ୍ଦା ସୂଚନା ଏବଂ ବାରମ୍ବାର ଅନୁରୋଧ ସତ୍ତ୍ୱେ ବିଜେପି ସମର୍ଥିତ ଭି ପି ସିଂହ ସରକାର ତାଙ୍କୁ ଅତିରିକ୍ତ ନିରାପତ୍ତା ଯୋଗାଇ ଦେବାକୁ ମନା କରି ମାତ୍ର ଜଣେ ପିଏସ୍‌ଓ ଦେଇଥିଲେ। ସେମାନଙ୍କ ଘୃଣା ଯୋଗୁଁ ରାଜୀବ ଗାନ୍ଧୀ ତାଙ୍କ ଜୀବନ ହରାଇଲେ। ତାଙ୍କ ପ୍ରତି ହେଉଥିବା ଭିତ୍ତିହୀନ ଅଭିଯୋଗ ଏବଂ ଗାଳିର ଜବାବ ଦେବାକୁ ସେ ଆମ ଗହଣରେ ନାହାନ୍ତି।

ବୁଧବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନ ପ୍ରଚାର ରାଲିରେ କହିଥିଲେ କି, ରାଜୀବ ଗାନ୍ଧୀ ପ୍ରଧାନମନ୍ତ୍ରୀ ଥିବା ସମୟରେ ଗାନ୍ଧୀ ପରିବାର ଆଇଏନ୍‌ଏସ୍‌ ବିରାଟକୁ ତାଙ୍କର ବ୍ୟକ୍ତିଗତ ଟ୍ୟାକ୍‌ସି ଭାବେ ବ୍ୟବହାର କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe