ଓଡ଼ିଶାରେ ମେଣ୍ଟ ରାଜନୀତିକୁ ଓହ୍ଲାଇବ କଂଗ୍ରେସ

ଓଡ଼ିଶାରେ ମେଣ୍ଟ ରାଜନୀତିକୁ ଓହ୍ଲାଇବ କଂଗ୍ରେସ

ଭୁବନେଶ୍ୱର : ଆସନ୍ତା ସାଧାରଣ ନିର୍ବାଚନରେ କଂଗ୍ରେସ ଦଳ ମୋଦି ବିରୋଧୀ ରାଜନୈତିକ ଦଳମାନଙ୍କ ସହିତ ମେଣ୍ଟ କରିବ ବୋଲି ଦିଲ୍ଲୀରେ ଅନୁଷ୍ଠିତ ଅଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି)ର ପରିବର୍ଧିତ କାର୍ଯ୍ୟକାରିଣୀରେ ସଭାପତି ରାହୁଲ ଗାନ୍ଧୀ ସୂଚନା ଦେଇଛନ୍ତି। ଏହି ନିଷ୍ପତ୍ତି ଆଧାରରେ ଓଡ଼ିଶାରେ ମେଣ୍ଟ ରାଜନୀତିକୁ ଓହ୍ଳାଇବାକୁ ଅଭିଯାନ ଆରମ୍ଭ କରିଦେଇଛି କଂଗ୍ରେସ ଦଳ। ରାଜ୍ୟରେ ଉଭୟ ବିଜେଡି ଓ ବିଜେପି ବିରୁଦ୍ଧରେ ଲଢ଼ିବାକୁ କଂଗ୍ରେସ ପ୍ରସ୍ତୁତ ହେଉଛି। ତେବେ ବିଜେଡି ପ୍ରଥମ ଓ ପ୍ରଧାନ ପ୍ରତିଦ୍ୱନ୍ଦ୍ୱୀ ବୋଲି କଂଗ୍ରେସ ବିଚାର କରୁଛି। ଏହି ପରିପ୍ରେକ୍ଷୀରେ ବାମପନ୍ଥୀ ସିପିଆଇ, ସିପିଆଇ(ଏମ୍‌) ଓ ଝାଡ଼ଖଣ୍ଡ ମୁକ୍ତିମୋର୍ଚା(ଜେଏମ୍‌ଏମ୍‌) ସହିତ ବୁଝାମଣା କରିବାକୁ ଉଦ୍ୟମ ଆରମ୍ଭ କରିଦେଇଛି ରାଜ୍ୟ କଂଗ୍ରେସ। ତେବେ କେଉଁ ଦଳ ସହିତ ମେଣ୍ଟ ହେବ ଏବଂ ଏଭଳି ମେଣ୍ଟ ନିର୍ବାଚନ ପୂର୍ବରୁ ନା ନିର୍ବାଚନ ପରେ କରାଯିବ ସେ ନେଇ ଦଳର ହାଇକମାଣ୍ଡ ବିଚାର କରିବେ। ବାମପନ୍ଥୀ ଦଳର ଜଣେ ନେତାଙ୍କ କହିବାନୁସାରେ ବିଜେଡି ସହିତ ମେଣ୍ଟ ହେବାର ସମ୍ଭାବନା ଆପାତତଃ ନାହିଁ। କାରଣ ବିଜେପି ଆଡ଼କୁ ବିଜେଡି ଢଳୁଥିବାର ଲକ୍ଷ୍ୟ କରାଯାଉଛି। ଆଗାମୀ ନିର୍ବାଚନରେ କଂଗ୍ରେସର ଫଳାଫଳ ଭଲ ହେଲେ ବି ସରକାର ଗଢ଼ିବାର ସମ୍ଭାବନା କମ୍‌। ବାମପନ୍ଥୀ ଦଳମାନଙ୍କ ମଧ୍ୟରେ ବୁଝାମଣା ରହିଛି। କିନ୍ତୁ ଆଗାମୀ ନିର୍ବାଚନରେ ଏହି ଦଳମାନେ କି ଭୂମିକା ନେବେ ସେ ନେଇ ବର୍ତମାନ ସୁଦ୍ଧା କୌଣସି ଆଲୋଚନା ହୋଇନଥିବା ସେ କହିଛନ୍ତିି। ତେବେ କଂଗ୍ରେସର ଏହି ମେଣ୍ଟ ରାଜନୀତି କୌଣସି ପ୍ରଭାବ ପକାଇବ ନାହିଁ ବୋଲି ଉଭୟ ବିଜେଡି ଓ ବିଜେପି ଦଳ ମତ ଦେଇଛନ୍ତିି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe