୨୯ରେ ବାଲେଶ୍ବର-ଭଦ୍ରକରେ ଖଡ୍‌ଗେଙ୍କ କାର୍ଯ୍ୟକ୍ରମ, ୩୦ରେ ରାହୁଲଙ୍କ ସିମୁଳିଆରେ ବୈଠକ

୨୯ରେ ବାଲେଶ୍ବର-ଭଦ୍ରକରେ ଖଡ୍‌ଗେଙ୍କ କାର୍ଯ୍ୟକ୍ରମ, ୩୦ରେ ରାହୁଲଙ୍କ ସିମୁଳିଆରେ ବୈଠକ

ଭୁବନେଶ୍ବର: ଚଳିତମାସ ୨୯ ତାରିଖରେ ଅଖିଳ ଭାରତୀୟ ଜାତୀୟ କଂଗ୍ରେସର ସଭାପତି ମଲ୍ଲିକାର୍ଜୁନ ଖଡଗେ ଓଡ଼ିଶା ଗସ୍ତରେ ଆସିବେ। ସେଦିନ ସେ ସକାଳ ୧୧ ଟା ବେଳେ ବାଲେଶ୍ଵରରେ ବୈଠକ କରିବେ। ସେହିପରି ଅପରାହ୍ନ ୩ ରେ ଭଦ୍ରକରେ ଅନ୍ୟ ଏକ କାର୍ଯ୍ୟକ୍ରମ ସାରି ଦିଲ୍ଲୀ ଫେରିଯିବେ। ସେହିଭଳି ରାହୁଲ ଗାନ୍ଧୀ ୩୦ ତାରିଖରେ ବାଲେଶ୍ବର ଜିଲ୍ଲା ସିମୁଳିଆର ସନମହିତପୁର ଆସୁଛନ୍ତି । ସେଠାରେ ଦିନ ୧୧ତରେ ବୈଠକ ସାରି ଫେରିବେ ରାହୁଲ ଗାନ୍ଧୀ।  ଓଡ଼ିଶା ପ୍ରଭାରୀ ଅଜୟ କୁମାର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତବ୍ୟକୁ ଦେଖି ଲାଗୁଛି, ମୋଦୀ ବୋଧେ ଅସୁସ୍ଥ ଅଛନ୍ତି। ଦେଶବାସୀ ଏଥିପାଇଁ ଚିନ୍ତା କରିବା ଦରକାର। ଗୋଟେ ପଟେ ଦିବ୍ୟଶକ୍ତିର ଆତ୍ମଘୋଷିତ କରି ଅନ୍ୟପଟେ ଅପଶବ୍ଦର ବ୍ୟବହାର କରୁଛନ୍ତି। ଏଥିପାଇଁ କଂଗେସ ମଧ୍ୟ ଚିନ୍ତିତ। କାରଣ କୌଣସି ସାଧାରଣ ତଥା ସୁସ୍ଥ ବ୍ୟକ୍ତି ଏପରି କେବେ କହି ନପାରେ। ଆଜିର ନିର୍ବାଚନ ସମୟରେ ବେରୋଜଗର ବିଷୟରେ ଆଲୋଚନା କରିବା କଥା ହେଲେ ଏଠି ଭିନ୍ନ କଥା ଆଲୋଚନା ହେଉଛି।

ମୋଦୀ ବାଇଲୋଜିକାଲ ଭାବେ ଦିବ୍ୟ ବୋଲି ଆତ୍ମଘୋଷିତ କରିଛନ୍ତି। ଏପରିକି ଜେପି ନଡ୍ଡା ମଧ୍ୟ ମିଦୀଙ୍କୁ ଦେବତାଙ୍କ ଇନ୍ଦ୍ର ବୋଲି ଭରା ସଭାରେ କହିଛନ୍ତି। ରାମ ମନ୍ଦିର ପ୍ରତିଷ୍ଠା ସମୟରେ ମୋଦୀ ରାମଙ୍କ ହାତ ଧରି ମନ୍ଦିର ମଧ୍ୟକୁ ନେଉଥିବା ଚିତ୍ର ସୋସିଆଲ ମିଡ଼ିଆରେ ପ୍ରକାଶ କରିଥିଲା ବିଜେପି। ମୋଦୀ ତଥା ସମସ୍ତ ବିଜେପି ନେତାଙ୍କ ଅହଙ୍କାର ବଢ଼ିଯାଇଛି। ଗୋଟେ ପାଖରେ ହିନ୍ଦୁ ମୁସଲିମ ଭିତରେ ଭେଦଭାବ କରୁନାହିଁ ବୋଲି କହି ଗତ ୧୦ ବର୍ଷ ମଧ୍ୟରେ କେବଳ ହିନ୍ଦୁ ମୁସଲିମ କରିକୀ ରାଜନୀତି କରିଛନ୍ତି ମୋଦୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe