ଆଜି ଆସୁଛନ୍ତି ଅମିତ ଶାହ, ବିଜେପି କାର୍ଯ୍ୟାଳୟରେ ହେବ ରୁଦ୍ଧଦ୍ୱାର ବୈଠକ

Advertisment
ଆଜି ପୂର୍ବାଞ୍ଚଳ ପରିଷଦ ବୈଠକ : ଅମିତ ଶାହଙ୍କ ସହ ଏକାଠି ବସିବେ ନବୀନ, ନୀତୀଶ, ମମତା ଓ ସୋରେନ୍

ଭୁବନେଶ୍ୱର : ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ରବିବାର ଦିନ ଓଡ଼ିଶା ଗସ୍ତରେ ଆସୁଛନ୍ତି। ସକାଳ ୧୦ଟାରେ ବିମାନବନ୍ଦରରେ ପହଞ୍ଚିବା ପରେ ସେ ସିଧାସଳଖ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ସାଂଗଠନିକ ସମୀକ୍ଷା କରିବେ। ସାଧାରଣ ନିର୍ବାଚନ ଆଉ କମ୍‌ ଦିନ ଥିବାରୁ ଏଥର ଶ୍ରୀ ଶାହ ଠୋସ୍‌ ରଣନୀତି ପ୍ରସ୍ତୁତ କରିବା ସହ ସେହି ଅନୁଯାୟୀ ନେତାମାନଙ୍କୁ ଦାୟିତ୍ୱ ବାଣ୍ଟିବେ ବୋଲି କୁହାଯାଉଛି।

ପୂର୍ବାହ୍ନରେ ଶ୍ରୀ ଶାହ ରାଜ୍ୟ କାର୍ଯ୍ୟାଳୟରେ ୫ଟି ସାଂଗଠନିକ ବୈଠକ କରିବେ। ଅପରାହ୍ନରେ ପ୍ରଦର୍ଶନୀ ପଡ଼ିଆରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଭୁବନେଶ୍ୱର, ପୁରୀ ଓ କଟକ ସଂସଦଦୀୟ କ୍ଷେତ୍ରର ୨୧ଟି ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସମସ୍ତ ପଞ୍ଚାୟତରୁ ଆସିଥିବା ୨ ଜଣ ଲେଖାଏଁ ପ୍ରମୁଖ ନେତାଙ୍କ ସହ ସେ ଆଲୋଚନା କରିବେ। ସୋମବାର ଦିନ ସକାଳୁ ସେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ। ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି କହିଛନ୍ତି, ଶ୍ରୀ ଶାହ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଓ ଅନୁଦାନ ଅର୍ଥ ସଠିକ୍‌ ଭାବେ ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚୁଛି କି ନାହିଁ, ସେ ନେଇ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା ଓ ସମୀକ୍ଷା କରିବେ। ଯେଉଁ ଯୋଜନା ତୃଣମୂଳ ସ୍ତରରେ ପହଞ୍ଚି ନାହିଁ, ତାହାର ପ୍ରକୃତ ସ୍ଥିତି ବୁଝି କେନ୍ଦ୍ରକୁ ଅବଗତ କରାଇବେ। ଏହା ସହ ବିଭିନ୍ନ ପ୍ରକଳ୍ପ, ଯୋଜନା ଓ ସାଂଗଠନିକ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe