ଆସନ୍ତାକାଲି ବିଜେପିର କେନ୍ଦୁଝର ଠାରେ ବିଜୟ ସଂକଳ୍ପ ସମାବେଶ, ଯୋଗଦେବେ ଅମିତ ଶାହା

Advertisment
ଆସନ୍ତାକାଲି ବିଜେପିର କେନ୍ଦୁଝର ଠାରେ ବିଜୟ ସଂକଳ୍ପ ସମାବେଶ, ଯୋଗଦେବେ ଅମିତ ଶାହା

photo--jansatta

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟିର ଷ୍ଟାର ପ୍ରଚାରକ ଅମିତ ଶାହା ଶୁକ୍ରବାର ପୁଣି ଥରେ ନିର୍ବାଚନୀ ପ୍ରଚାରରେ ଆସୁଛନ୍ତି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶାହା କେନ୍ଦୁଝର ଠାରେ ବିଜୟ ସଂକଳ୍ପ ସମାବେଶରେ ଯୋଗଦେବେ। ସେହିପରି ଶାହା ଏପ୍ରିଲ ୧୭ରେ ଓଡ଼ିଶା ଗସ୍ତରେ ଆସି ଢ଼େଙ୍କାନାଳ ଓ ବଡ଼ମ୍ବା ଠାରେ ବିଜୟ ସଂକଳ୍ପ ସମାବେଶରେ ଉଦ୍‌ବୋଧନ ଦେବେ। ଶାହା ସକାଳ ୧୧ଟାରେ ଢେଙ୍କାନାଳ ମହିଷାପାଟ ନୂଆ ବସଷ୍ଟାଣ୍ଡରେ ଏବଂ ଅପରାହ୍ଣ ୨ଟାରେ ବଡମ୍ବା ଟେନିସ ପଡ଼ିଆ ଠାରେ ବିଜୟ ସଂକଳ୍ପ ସମାବେଶରେ ଯୋଗଦେବେ ବୋଲି ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି।

publive-image thehindu.com

ବିଜେପି ମୁଖପାତ୍ର ଶ୍ରୀ ମହାପାତ୍ର କହିଛନ୍ତି, ଏପ୍ରିଲ ୧୬ରେ ନିର୍ବାଚନ ପ୍ରଚାର ପାଇଁ ବିଜେପିର ସୁପରଷ୍ଟାର ପ୍ରଚାରକ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସିବେ। ମୋଦୀ ପୂର୍ବାହ୍ଣ ୧୧ଟାରେ ସମ୍ବଲପୁର ଜିଲ୍ଲା ହୀରାକୁଦରୋଡ ଲୋରପଙ୍କ ଠାରେ ପହଂଚି ବିଜୟ ସଂକଳ୍ପ ସମାବେଶରେ ଯୋଗଦେବେ। ଏହା ପରେ ଅପରାହ୍ଣ ୫ଟାରେ ଭୁବନେଶ୍ୱରସ୍ଥିତ ବରମୁଣ୍ଡା ପଡ଼ିଆଠାରେ ମୋଦୀ ଉଦ୍‌ବୋଧନ ଦେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe