ଗାନ୍ଧୀନଗର ଲୋକସଭା ଆସନରୁ ମନୋନୟନ ପତ୍ର ଦାଖଲ କଲେ ଅମିତ ଶାହା

ଗାନ୍ଧୀନଗର ଲୋକସଭା ଆସନରୁ ମନୋନୟନ ପତ୍ର ଦାଖଲ କଲେ ଅମିତ ଶାହା

ଗାନ୍ଧୀନଗର : କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପି ନେତା ଅମିତ ଶାହ ଶୁକ୍ରବାର ଗାନ୍ଧୀନଗର ଲୋକସଭା ଆସନରୁ ମନୋନୟନ ପତ୍ର ଦାଖଲ କରିଛନ୍ତି। ଏହାପରେ ସେ ଗଣମାଧ୍ୟମ ସହ କଥା ହୋଇଥିଲେ। ଅମିତ ଶାହା କହିଛନ୍ତି ଯେ ଏହି ନିର୍ବାଚନ ନରେନ୍ଦ୍ର ମୋଦୀଙ୍କୁ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ କରିବା ପାଇଁ ।

ସେ କହିଛନ୍ତି ଯେ, ଅତୀତରେ ଲାଲକୃଷ୍ଣ ଆଡଭାନୀ ଓ ଅଟଳ ବିହାରୀ ବାଜପେୟୀ ପ୍ରତିନିଧିତ୍ୱ କରିଥିବା ଆସନରୁ ମୁଁ ନାମାଙ୍କନ ପତ୍ର ଦାଖଲ କରିବା ମୋ ପାଇଁ ଗର୍ବର ବିଷୟ। ନରେନ୍ଦ୍ର ମୋଦୀ ଏହି ଆସନରୁ ଭୋଟର ଅଛନ୍ତି । ମୁଁ ଏହି ଆସନରୁ ୩୦ ବର୍ଷ ଧରି ବିଧାୟକ-ସାଂସଦ ରହିଆସିଛି। ଏଠାରେ ମୁଁ ବୁଥ୍ କର୍ମୀ ସ୍ତରରୁ ଉଠି ସଂସଦରେ ପହଞ୍ଚିଛି। ଏହି ଅଞ୍ଚଳର ଲୋକମାନେ ମୋତେ ଅସୀମ ଭଲ ପାଇବା ଦେଇଛନ୍ତି। "

ଶାହା ଆହୁରି ମଧ୍ୟ କହିଛନ୍ତି ଯେ, “ପ୍ରଥମେ ମୁଖ୍ୟମନ୍ତ୍ରୀ ଓ ପରେ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏହି ଅଞ୍ଚଳରେ ବିଜେପି ସରକାର ଅନେକ କାମ କରିଛନ୍ତି। ଗତ ୫ ବର୍ଷ ମଧ୍ୟରେ ଗାନ୍ଧୀନଗର ଲୋକସଭା ନିର୍ବାଚନ ମଣ୍ଡଳୀରେ ୨୨ ହଜାର କୋଟିରୁ ଅଧିକ ଟଙ୍କାର ଉନ୍ନୟନମୂଳକ କାର୍ଯ୍ୟ ହୋଇଛି। ମୁଁ ଯେତେବେଳେ ବି ଦଳ ପାଇଁ ଭୋଟ ମାଗିବାକୁ ଆସିଛି, ଏହି ଅଞ୍ଚଳର ଲୋକମାନେ ମୋତେ ବହୁତ ଉତ୍ସାହ ଏବଂ ବଡ ହୃଦୟର ଆଶୀର୍ବାଦ ଦେଇଛନ୍ତି । ଆମେ ସବୁବେଳେ ଦୃଢ଼ ସଂଖ୍ୟାଗରିଷ୍ଠତା ସହ ନିର୍ବାଚନ ଜିତିଛୁ। "

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe