ଲକ୍ଷ୍ନୌ : ସଂଶୋଧିତ ଓବିସି ବିଲ୍କୁ ନେଇ ରାଜ୍ୟସଭା ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହ ରବିବାର କଂଗ୍ରେସ ଓ ଏହାର ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଚାଲେଂଜ୍ ଦେଇଛନ୍ତି। କହିଛନ୍ତି, ଦଳ ଯଦି ପ୍ରକୃତରେ ପଛୁଆ ବର୍ଗର ହିତକୁ ଗୁରୁତ୍ୱ ଦେଉଛି ବୋଲି ଦାବି କରୁଛି, ତାହାର ପ୍ରମାଣ ଦେଉ। ରାଜ୍ୟସଭାରେ ଦଳ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିପାରିବ। ଉଲ୍ଲେଖଯୋଗ୍ୟ, ଓବିସି ସଂଶୋଧନ ବିଲ୍କୁ ଅଗଷ୍ଟ ୨ରେ ଲୋକସଭାର ମଞ୍ଜୁରି ମିଳିଥିବା ବେଳେ ଏବେ ଏହା ରାଜ୍ୟସଭାର ଅନୁମୋଦନ ଅପେକ୍ଷାରେ ଅଛି। ଏଥିରେ ରହିଥିବା ବ୍ୟବସ୍ଥା ମୁତାବକ ପଛୁଆ ବର୍ଗ ଆୟୋଗକୁ ସାମ୍ବିଧାନିକ ସ୍ୱୀକୃତି ମିଳିବ। ଏ ନେଇ ଅମିତ୍ ଶାହ କହିଛନ୍ତି, ମୋଦୀ ସରକାର ଲୋକସଭାରେ ଏହି ବିଲ୍କୁ ମଞ୍ଜୁର କରାଇଛନ୍ତି। ଏବେ ଏହା ରାଜ୍ୟସଭାକୁ ଯିବ। ତେଣୁ ରାହୁଲ ଏବେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରି ରାଜ୍ୟସଭାରେ ଏହାର ଅନୁମୋଦନ ପାଇଁ ସହାୟତା କରିବେ କି ବୋଲି ସେ ପ୍ରଶ୍ନ କରିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us