କଂଗ୍ରେସରେ ଯୋଗ ଦେଲେ ଅମିୟ ପାଣ୍ଡବ

କଂଗ୍ରେସରେ ଯୋଗ ଦେଲେ ଅମିୟ ପାଣ୍ଡବ

ଭୁବନେଶ୍ୱର : ଯୁବ ନେତା ଅମୀୟ ପାଣ୍ଡବ ତାଙ୍କର ବହୁ ବନ୍ଧୁଙ୍କ ସହ ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି। ଏହି ଉପଲକ୍ଷେ କଂଗ୍ରେସ ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ଓଡିଶା ପ୍ରଭାରୀ ଜିତେନ୍ଦ୍ର ସିଂହ ସେମାନଙ୍କୁ ସ୍ୱାଗତ କରିଥିଲେ। ସେମାନଙ୍କର ଯୋଗଦାନ କଂଗ୍ରେସ ଦଳକୁ ସୁଦୃଢ଼ କରିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଏଆଇସିସି ସମ୍ପାଦକ ଅନିଲ୍‌ ଚୌଧୁରୀ, ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବୀ ବିଶ୍ୱାଳ, ପ୍ରଦୀପ ମାଝୀ, ନବକିଶୋର ଦାସ ଓ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ଶ୍ରୀମତୀ ରଶ୍ମି ମହାପାତ୍ର ଉପସ୍ଥିତ ଥିଲେ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱ ପ୍ରତି ଦୃଢ଼ ଆସ୍ଥା ପ୍ରକଟ କରି କଂଗ୍ରେସରେ ଯୋଗ ଦେଲେ ବୋଲି ଶ୍ରୀ ପାଣ୍ଡବ କହିଥିଲେ। କଂଗ୍ରେସରେ ଯୋଗ ଦେଇଥିବା ଅନ୍ୟ ନେତାମାନେ ହେଲେ ଇଂ. ଶିବାନ୍‌ ମୁଶାରଫ, ମହମ୍ମଦ ଅହମ୍ମଦ, ସେକ୍‌ ଇନ୍‌ଜୁମାମୁଲ ହକ୍‌, ମନୋଜ ମହାନ୍ତି, ନଗେନ୍‌ ରଥ, ବନମାଳୀ ମହାରଥୀ ପ୍ରମୁଖ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe