ମଧ୍ୟ ଭୁବନେଶ୍ୱର ବିଧାନସଭା ଆସନ ନେଇ ନବୀନ ନିବାସରେ ଶକ୍ତି ପ୍ରଦର୍ଶନ କଲେ ଅନନ୍ତ

ମଧ୍ୟ ଭୁବନେଶ୍ୱର ବିଧାନସଭା ଆସନ ନେଇ ନବୀନ ନିବାସରେ ଶକ୍ତି ପ୍ରଦର୍ଶନ କଲେ ଅନନ୍ତ

ଭୁବନେଶ୍ୱର: ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାସଭବନ ନବୀନ ନିବାସରେ ମଧ୍ୟ ଭୁବନେଶ୍ୱର ବିଧାନସଭା ଆସନକୁ ନେଇ ବିବାଦ ଦେଖା ଦେଇଛି। ଏହି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇ ନ ଥିବା ବେଳେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଏବଂ ଅମରେଶ ଜେନାଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଛି। ଅମରେଶଙ୍କୁ ରୁଦ୍ର ସାମନ୍ତରାୟ ସମର୍ଥନ କରୁଥିବା ଚର୍ଚ୍ଚା ହେଉଛି।

ଏପରିସ୍ଥଳେ ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି। ଶହ ଶହ ସମର୍ଥକଙ୍କ ସହ ସେ ନବୀନ ନିବାସରେ ପହଞ୍ଚିଥିବାବେଳେ ସରକାରଙ୍କ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବାକୁ ଆସିଥିବା ଗଣମାଧ୍ୟମକୁ କହିଛନ୍ତି ଅମରେଶ ଜେନା ଭୁବନେଶ୍ୱର ମଧ୍ୟ ଆସନ ପାଇଁ ଲବି କରୁଛନ୍ତି । ତେବେ ଗୋଷ୍ଠୀ କନ୍ଦଳ କାରଣରୁ ବିଜେଡି ଏହି ଆସନ ପାଇଁପ୍ରାର୍ଥୀ ଘୋଷଣା ଏପର୍ଯ୍ୟନ୍ତ କରି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe