୩୦% ଇଭିଏମ୍‌ କାମ କରୁନି: ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ

Advertisment
୩୦% ଇଭିଏମ୍‌ କାମ କରୁନି: ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ

Image Courtesy of Hindustan Times

ହାଇଦ୍ରାବାଦ: ସକାଳ ୧୦ଟା ସୁଦ୍ଧା ୩୦% ଇଭିଏମ୍‌ କାମ କରୁ ନ ଥିଲା ବୋଲି ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ ନାଇଡୁ ନିର୍ବାଚନ କମିସନ୍‌ଙ୍କୁ ଚିଠି ଲେଖିଛନ୍ତି। ବୈଷୟିକ ତ୍ରୁଟି ଯୋଗୁଁ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ଇଭିଏମ୍‌ଗୁଡ଼ିକ କାମ କରୁ ନ ଥିବା ଖବର ଆସିଥିଲା। ଅନନ୍ତପୁର, ଗୁଣ୍ଟୁର, କଡ଼ପା ଏବଂ କୁର୍ଣ୍ଣୁଲ୍‌ର କେତେକ ସ୍ଥାନରେ ଇଭିଏମ୍‌ ତ୍ରୁଟି ଯୋଗୁଁ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇ ପାରି ନ ଥିଲା।

ଇଭିଏମ୍‌ କାମ ନ କରିବାରୁ ଗୁଣ୍ଟୁର ଜିଲ୍ଲାର ଡାଡ଼େପଲ୍ଲୀ ଅନ୍ତର୍ଗତ ଖ୍ରିଷ୍ଟିଆନ୍‌ପଟୋ ମ୍ୟୁନିସପାଲ ହାଇସ୍କୁଲ୍‌ରେ ମୁଖ୍ୟ ନିର୍ବାଚନ ଅଧିକାରୀ ଗୋପାଳ କୃଷ୍ଣ ଦ୍ୱିବେଦୀ ନିଜେ ମଧ୍ୟ ଭୋଟ୍‌ ଦେଇ ପାରି ନ ଥିଲେ।

ପ୍ରାୟ ୩୬୨ଟି ଇଭିଏମ୍‌ କାମ କରୁ ନ ଥିବା ଖବର ଆସିଥିବା କଥା ସେ କହିଛନ୍ତି। ତ୍ରୁଟିପୂର୍ଣ୍ଣ ଇଭିଏମ୍‌ଗୁଡ଼ିକୁ ତୁରନ୍ତ ପରିବର୍ତ୍ତନ କରାଯିବ ବୋଲି ସେ ଗଣମାଧ୍ୟମକୁ କହିଥିଲେ।

ଇଭିଏମ୍‌ କାମ ନ କରିବା କଥାରେ ଚିନ୍ତା ପ୍ରକଟ କରି ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ କହିଛନ୍ତି ଯେ ଇଭିଏମ୍‌ ଭରସାଯୋଗ୍ୟ ନୁହେଁ ବୋଲି ସେ ପ୍ରଥମରୁ କହି ଆସିଛନ୍ତି।

ପତ୍ନୀ ଭୁବନେଶ୍ୱରୀ, ପୁତ୍ର ନର ଲୋକେଶ ଏବଂ ବୋହୂ ନର ବ୍ରାହ୍ମଣୀଙ୍କ ସହ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଗୁଣ୍ଟୁର ଜିଲ୍ଲାର ରାଜଧାନୀ ଅଞ୍ଚଳ ଅମରାବତୀସ୍ଥିତ ବୁନ୍ଦବାଲ୍ଲୀ ବୁଥ୍‌ରେ ଭୋଟ୍‌ ଦେଇଛନ୍ତି। ତାଙ୍କ ପୁଅ ମଧ୍ୟ ମଙ୍ଗଳାଗିରି ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।

ରାଜ୍ୟର ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ଅନ୍ୟୂନ ୨୫% ଇଭିଏମ୍‌ରେ ରେକର୍ଡ ହୋଇଥିବା ମତଦାନ ସହ ସେଗୁଡ଼ିକର ଭିଭିପିଏଟିକୁ ମେଳାଇବା ଲାଗି ନିର୍ବାଚନ କମିସନ୍‌ଙ୍କୁ ନିର୍ଦେଶ ଦିଆଇବା ଲାଗି ସୁପ୍ରିମ୍‌ କୋର୍ଟରେ ଆବେଦନ କରିବାକୁ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଓ ତେଲୁଗୁ ଦେଶମ୍‌ ପାର୍ଟିର ଅଧ୍ୟକ୍ଷ ଏନ୍‌ ଚନ୍ଦ୍ରବାବୁ ନାଇଡୁ ଚିନ୍ତା କରୁଛନ୍ତି।

ସେ କହିଛନ୍ତି: ଟାମ୍ପର୍‌ କରି ହେଉଥିବା ଇଭିଏମ୍‌ ପରିବର୍ତ୍ତେ ବାଲାଟ୍‌ କାଗଜ ବ୍ୟବହାର କରିବା ସପକ୍ଷରେ ମୁଁ କହି ଆସୁଛି। କିନ୍ତୁ, ନିର୍ବାଚନ କମିସନ୍‌ର ସେ ପାଇଁ ଚିନ୍ତା ନ ଥିଲା। ଅନ୍ତତଃ ଏବେ ସେମାନେ ବାଲଟ୍‌ କାଗଜରେ ଭୋଟ୍‌ କରାଇବା ପାଇଁ ପୁନର୍ବିଚାର କରିବା ଉଚିତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe