ଭୁବନେଶ୍ୱର : ଅନୁଗୁଳ ପୌରପାଳିକାର ଉପାଧ୍ୟକ୍ଷ ରାମପତି ମାଣ୍ଡୋଥିଆ ବିଜେଡିରେ ଯୋଗ ଦେଇଛନ୍ତି। ତାଙ୍କ ସହ ପୂର୍ବତନ କାଉନ୍ସିଲର୍ ରଣଜିତ ମାଣ୍ଡୋଥିଆ, ଭୀମସେନ ମାଣ୍ଡୋଥିଆ, ସଂଖ୍ୟାଲଘୁ ସମ୍ପ୍ରଦାୟ ନେତା ସୟଦ ଅନଓ୍ଵର ଅଲ୍ଲୀ, ଶେଖ ଅବଦୁଲ ସମ୍ମଦ, ଅବଦୁଲ୍ ମୋହିଦ, ସୟଦ ସୌକତ ଅଲ୍ଲୀ, ବାବାଜୀ ବେଜ, ଶରତ ଦଳାଇ, ସନ୍ତୋଷ ବେଜ, ସୂର୍ଯ୍ୟକାନ୍ତ ଦଳାଇ, ସୁଶାନ୍ତ ପରିିଡ଼ା, ଦୁଃଖୀ ବଳିୟାର ପ୍ରମୁଖ ବିଜେଡିରେ ସାମିଲ୍ ହୋଇଥିଲେ। ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଏହି କଂଗ୍ରେସ କର୍ମୀମାନଙ୍କୁ ସ୍ୱାଗତ କରିବା ସହ ସେମାନଙ୍କ ଯୋଗଦାନ ଅନୁଗୁଳ ପୌରାଞ୍ଚଳରେ ବିଜେଡିକୁ ଆହୁରି ଶକ୍ତିଶାଳୀ କରାଇବ ବୋଲି କହିଥିଲେ। ମିଶ୍ରଣ ପର୍ବରେ ଅନୁଗୁଳ ବିଧାୟକ ତଥା ଜିଲ୍ଲା ସଭାପତି ରଜନୀକାନ୍ତ ସିଂହ ଉପସ୍ଥିତ ଥିଲେ।
ବିଜେଡିରେ ଯୋଗ ଦେଲେ ଅନୁଗୁଳ ପୌର ଉପାଧ୍ୟକ୍ଷା
Advertisment
Follow Us