ଆଜମଗଡ଼ରେ ‘ଅଖିଳେଶ ଯାଦବ ନିଖୋଜ’ ପୋଷ୍ଟର୍ ଲଗାଇଲା କଂଗ୍ରେସ

Advertisment
ଆଜମଗଡ଼ରେ ‘ଅଖିଳେଶ ଯାଦବ ନିଖୋଜ’ ପୋଷ୍ଟର୍ ଲଗାଇଲା କଂଗ୍ରେସ

image source-hindustan

ଆଜମଗଡ଼: ଆଜମଗଡ଼ର ବିଲିୟାରଗଞ୍ଜରେ ସିଏଏ ଓ ଏନଆରସି ବିରୋଧରେ ଗତ କିଛି ଦିନ ହେବ ବିକ୍ଷୋଭ ପ୍ରଦର୍ଶନ ଚାଲିଥିବା ବେଳେ ସେଥିରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ଦେଖା ମିଳି ନାହିଁ। ଖାଲି ସେତିକି ନୁହେଁ ସାଂସଦ ହେବା ପରେ ଥରୁଟିଏ ମଧ୍ୟ ଅଖିଳେଶ ନିଜ ସଂସଦୀୟ କ୍ଷେତ୍ର ଗସ୍ତ କରିନାହାନ୍ତି। ତେଣୁ ଅଖିଳେଶ ଯାଦବ ନିଖୋଜ ଅଛନ୍ତି ବୋଲି ସେହି ଅଞ୍ଚଳରେ ପୋଷ୍ଟର୍ ଲାଗିଥିବାର ଦେଖିବାକୁ ମିଳିଛି।
ଉତ୍ତରପ୍ରଦେଶର କଂଗ୍ରେସର ସଂଖ୍ୟାଲଘୁ ସେଲ୍ ପକ୍ଷରୁ ବିଲିୟାରଗଞ୍ଜ ସହରରେ ଲାଗିଛି ପୋଷ୍ଟର। ଏଥିରେ କଂଗ୍ରେସ ପକ୍ଷରୁ ପ୍ରଶ୍ନ କରାଯାଇଛି ଯେ, ସିଏଏ ଓ ଏନଆରସି ବିରୋଧ ପ୍ରଦର୍ଶନ ସମୟରେ ମୁସଲିମ୍ ମହିଳାଙ୍କ ଉପରେ ପୁଲିସର କାର୍ଯ୍ୟାନୁଷ୍ଠାନ ନେଇ ଅଖିଳେଶ ଚୁପ୍ କାହିଁକି? ୨୦୧୯ ଲୋକସଭା ନିର୍ବାଚନ ପରେ ଅଖିଳେଶ ଆଜମଗଡ଼ ଯାଇନାହାନ୍ତି । ଏହାକୁ ଦୃଷ୍ଟିରେ ରଖି ପୋଷ୍ଟରରେ ଅଖିଳେଶ ଯାଦବ ନିଖୋଜ ଅଛନ୍ତି ବୋଲି ଲେଖାଯାଇଛି।

ଏହାଛଡ଼ା କଂଗ୍ରେସ ଅଖିଳେଶ ଯାଦବଙ୍କୁ ସମାଲୋଚନା କରିବା ସହ କହିଛି ଯେ, ସମାଜବାଦୀ ପାର୍ଟି ସବୁବେଳେ ମୁସଲମାନମାନଙ୍କ ସହଯୋଗୀ ବୋଲି ନିଜକୁ ଦେଖେଇ ହୋଇ ଆସୁଛି, ମାତ୍ର ଏନଆରସି ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ସମୟରେ ମୁସଲମାନ୍ ମହିଳାଙ୍କ ଉପରେ ପୁଲିସ୍ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ବେଳେ କାହିଁକି ଅଖିଳେଶ ଚୁପ୍ ରହିଛନ୍ତି । ସାଂସଦ ହେବା ପରେ ଥରୁଟିଏ ମଧ୍ୟ ଅଖିଳେଶ ନିଜ ସଂସଦୀୟ କ୍ଷେତ୍ର ଗସ୍ତ କରିନାହାନ୍ତି ବୋଲି ବି ଅଭିଯୋଗ କରିଛି କଂଗ୍ରେସ।

publive-image image source--abp news

ସୂଚନାଯୋଗ୍ୟ, ୨୦୧୪ ଲୋକସଭା ନିର୍ବାଚନରେ ବିଜୟୀ ହେବା ହେବା ପରେ ମୁଲାୟମ ସିଂହ ଯାଦବ ବି ଆଜମଗଡ଼ ଗସ୍ତ କରି ନ ଥିବାରୁ ବିଜେପିର ସଂଖ୍ୟାଲଘୁ ସେଲ୍ ପକ୍ଷରୁ ମଧ୍ୟ ମୁଲାୟମ ନିଖୋଜ ପୋଷ୍ଟର ଲଗାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe