ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ

Advertisment
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ

ଭୁବନେଶ୍ବର: ନିଜ ଘୋଷଣା ମୁତାବକ କୋଭିଡ ନିୟମ ଉଲ୍ଲଙ୍ଘନ ନେଇ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ  ଚିଠି ଲେଖିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ।  ଏହି ଚିଠି ସହ ସେ  ବିଜେଡି ବିଧାୟକ, ନେତା, ମନ୍ତ୍ରୀ ଓ ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ହୋଇଥିବା  ନିୟମ ଉଲ୍ଲଙ୍ଘନର  ଫଟୋ ଓ ଭିଡିଓଗୁଡିକୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ପଠାଇଛନ୍ତି । ଏହି ଚିଠିରେ  କୋଭିଡ ନିୟମ ଉଲ୍ଲଙ୍ଘନ ଘଟଣାରେ ପ୍ରଶାସନର ପକ୍ଷପାତିତା ନେଇ ଅଭିଯୋଗ ରଖିଛନ୍ତି ଅପରାଜିତା ଷଡଙ୍ଗୀ । ଏ ସବୁ ଉପରେ ୧୫ ଦିନ ମଧ୍ୟରେ ତାଙ୍କ ସରକାରଠାରୁ ଉତ୍ତର ଦାବି କରିଛନ୍ତି ଅପରାଜିତା । ଏଥିସହ ବିଜେଡି ଅଫିସ୍ କେବେ ସିଲ ହେବା ତାହା ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶ୍ନ କରିଛନ୍ତି।

publive-image

କୋଭିଡ୍ ନିୟମ ଉଲ୍ଲଂଘନ ମାମଲାରେ ତାଙ୍କର ଅଫିସ୍ ସିଲ୍ ହେବା ପରେ ୧୦ ତାରିଖ ଦିନ ଏକ ସାମ୍ବାଦିକ ସମ୍ମିଳନୀ ଆୟ‌ୋଜନ କରି କଡ଼ା ପ୍ରତିକ୍ରିୟା ରଖି ଶ୍ରୀମତୀ ଷଡ଼ଙ୍ଗୀ ଅଭିଯୋଗ କରିଥିଲେ ଯେ କୋଭିଡ୍‌ ନିୟମ ଉଲ୍ଲଂଘନ ପାଇଁ ତାଙ୍କ ପ୍ରତି ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଉଛି।  ମୁଁ ବିଜେଡି ନେତାଙ୍କ କୋଭିଡ୍‌ ନିୟମ ଉଲ୍ଲଂଘନ ନେଇ ୧୭ଟି ଫଟୋ ଓ ଏକ ଭିଡିଓ ସହ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବି। ମୁଖ୍ୟମନ୍ତ୍ରୀଙ୍କୁ ଯେଉଁ ପ୍ରମାଣ ଦେବି ସେ ତା’ ଉପରେ ନିରପେକ୍ଷ ଭାବେ ବିଚାର କରି କି ପଦକ୍ଷେପ ନେଉଛନ୍ତି ଦେଖିବି ଏବଂ ୧୬ଦିନ ପରେ ସାମ୍ବାଦିକ ସମ୍ମିଳନୀ କରି ଜଣାଇବି। ସେହିପରି ମୋ ଅଫିସ୍‌ ଖୋଲିବା ପର୍ଯ୍ୟନ୍ତ ମୁଁ ରାସ୍ତାରେ ବସି ଲୋକଙ୍କ ସମସ୍ୟା ଶୁଣିବି।

ଏହ ଘୋଷଣା ପରେ ଜନଶୁଣାଣି କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ସେ । ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀର ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରାସ୍ତା ଉପରେ ଏହି ଜନଶୁଣାଣି କାର୍ଯ୍ୟକ୍ରମ ହୋଇଥିଲା। ତେଣେ ତାଙ୍କ ନାମରେ ପ୍ରଶାସନ ଦୁଇଟି ମାମଲା ରୁଜ୍ଜୁ କରିଛି। କୋଭିଡ୍‌ ନିୟମ ଉଲ୍ଲଘଂନ ଅଭିଯୋଗରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବୋଲଗଡ଼ ଥାନାରେ ଗୋଟିଏ ମାମଲା ରୁଜୁ ହୋଇଥିବାବେଳେ ଖୋର୍ଦ୍ଧାର ସ୍ଥାନୀୟ ଟାଉନ୍‌ ଥାନାରେ ଅନ୍ୟ ଏକ ମାମଲା ରୁଜୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe