ଦକ୍ଷ ଗୃହମନ୍ତ୍ରୀ ନିଯୁକ୍ତ କରିବାକୁ ମୋଦୀଙ୍କୁ ପରାମର୍ଶ ଦେଲେ କେଜ୍ରିୱାଲ୍‌

Advertisment

ଯଦି ଅମିତ ଶାହ ଜୀ ଏହାକୁ ପରିଚାଳନା କରିବାରେ ଅସମର୍ଥ ତେବେ ଦୟାକରି ଜଣେ ଦକ୍ଷ ଗୃହମନ୍ତ୍ରୀ ନିଯୁକ୍ତ କରନ୍ତୁ ଯିଏ ଦିଲ୍ଲୀର ବାସିନ୍ଦାଙ୍କ ସୁରକ୍ଷା ନିଶ୍ଚିତ କରିପାରିବେ ବୋଲି ମୋଦୀଙ୍କୁ କହିଲେ କେଜ୍ରିୱାଲ୍‌।

ଯଦି ଅମିତ ଶାହ ଜୀ ଏହାକୁ ପରିଚାଳନା କରିବାରେ ଅସମର୍ଥ ତେବେ ଦୟାକରି ଜଣେ ଦକ୍ଷ ଗୃହମନ୍ତ୍ରୀ ନିଯୁକ୍ତ କରନ୍ତୁ ଯିଏ ଦିଲ୍ଲୀର ବାସିନ୍ଦାଙ୍କ ସୁରକ୍ଷା ନିଶ୍ଚିତ କରିପାରିବେ ବୋଲି ମୋଦୀଙ୍କୁ କହିଲେ କେଜ୍ରିୱାଲ୍‌।

www.indiatoday.in

www.indiatoday.in

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି (ଆପ୍‌) ମୁଖ୍ୟ ଅରବିନ୍ଦ କେଜ୍ରିୱାଲ୍‌ ବିଜେପି ନେତା ତଥା ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପରେ ତୀବ୍ର ଆକ୍ରମଣ କରିଛନ୍ତି। ରବିବାର (ଜାନୁଆରି ୫) ବିଳମ୍ବିତ ରାତିରେ ଦିଲ୍ଲୀର ସଙ୍ଗମ ବିହାରରେ ଘଟିଥିବା ଗ୍ୟାଙ୍ଗ୍‌ ୱାର୍‌ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଏକ ଏକ୍ସ ପୋଷ୍ଟ୍‌ ଜରିଆରେ କେଜ୍ରିୱାଲ୍‌ କହିଛନ୍ତି, ‘‘ଅମିତି ଜୀ ଦୟାକରି ଏସବୁ ବନ୍ଦ୍‌ କରନ୍ତୁ। ଆପଣ ଦିଲ୍ଲୀ ପାଇଁ କଣ କରିଛନ୍ତି? କିଛି କରନ୍ତୁ।’’

ଏହାପରେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କହିଛନ୍ତି, ‘‘ଯଦି ଅମିତ ଶାହ ଜୀ ଏହାକୁ ପରିଚାଳନା କରିବାରେ ଅସମର୍ଥ ତେବେ ଦୟାକରି ଜଣେ ଦକ୍ଷ ଗୃହମନ୍ତ୍ରୀ ନିଯୁକ୍ତ କରନ୍ତୁ ଯିଏ ଦିଲ୍ଲୀର ବାସିନ୍ଦାଙ୍କ ସୁରକ୍ଷା ନିଶ୍ଚିତ କରିପାରିବେ।’’

କେଜ୍ରିୱାଲ୍‌ଙ୍କ ସୋସିଆଲ ମିଡିଆ ପୋଷ୍ଟ ପରେ ଦିଲ୍ଲୀ ବିଜେପି ଆପ୍ ସଂଯୋଜକଙ୍କୁ ଓଲଟା ପ୍ରହାର କରି ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ନିର୍ମାଣ ପାଇଁ ଜନସାଧାରଣଙ୍କ ଅର୍ଥର ଅପବ୍ୟବହାର କରିଥିବା ଅଭିଯୋଗ କରିଛି।

ଉଲ୍ଲେଖଯୋଗ୍ୟ,  ରବିବାର ରାତିରେ ସଙ୍ଗମ ବିହାରରେ ଏକ ଘଣ୍ଟାରୁ ଅଧିକ ସମୟ ଧରି ଗୁଳି ବିନିମୟ ହୋଇଥିଲା। ଗୁଳି ବିନିମୟରେ ତିନି ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe