ଜିଦ୍‌ରେ ଅଟଳ ରାହୁଲ୍‌, ଗେହେଲଟ୍‌ଙ୍କୁ ବି କଲେ ନିରାଶ: କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନେଇ ଆଜି ସଂଧ୍ୟାରେ ବୈଠକ

ଜିଦ୍‌ରେ ଅଟଳ ରାହୁଲ୍‌, ଗେହେଲଟ୍‌ଙ୍କୁ ବି କଲେ ନିରାଶ: କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନେଇ ଆଜି ସଂଧ୍ୟାରେ ବୈଠକ

www.news18.com

ନୂଆଦିଲ୍ଲୀ: କଂଗ୍ରେସର ଅଧ୍ୟକ୍ଷ ପଦ ଛାଡ଼ିବା ଜିଦ୍‌ରେ ଅଟଳ ଅଛନ୍ତି ରାହୁଲ ଗାନ୍ଧୀ। ଦଳର ବହୁ ବରିଷ୍ଠ ନେତା ଅନୁରୋଧ କରିବା ପରେ ବି କାହାରି କଥା ସେ ଶୁଣିବାକୁ ଉଚିତ ମଣୁନାହାନ୍ତି। ୨୦୧୯ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ରାହୁଲ ନିଜକୁ ଦାୟୀ କରି ପଦ ଛାଡ଼ିବାକୁ ଅଡ଼ି ବସିଛନ୍ତି। ତାଙ୍କୁ ମନାଇବାର ଉଦ୍ୟମ କରି ଦଳର ବରିଷ୍ଠ ନେତା ତଥା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ୍‌ ମଧ୍ୟ ବିଫଳ ହୋଇଛନ୍ତି। ରାହୁଲଙ୍କୁ କଂଗ୍ରେସ ଅଧ୍ୟକ୍ଷ ହୋଇ ରହିବା ପାଇଁ ଗେହେଲଟ୍‌ ନିବେଦନ କରିବା ପରେ ରାହୁଲ ତାଙ୍କ ନିଷ୍ପତ୍ତି ପୂର୍ବରୁ ସ୍ପଷ୍ଟ କରି ସରିଛନ୍ତି ବୋଲି ଗେହେଲଟ୍‌ଙ୍କୁ କହିଛନ୍ତି।

publive-image

ରାହୁଲ ଗାନ୍ଧୀ ତାଙ୍କ ନିଷ୍ପତ୍ତିରେ ଅଟଳ ବୋଲି ଗେହେଲଟ ସୋମବାର ଟ୍ଵିଟ୍‌ର ଆକାଉଣ୍ଟ୍‌ରେ ପୋଷ୍ଟ୍‍ କରି ଜଣାଇଛନ୍ତି। ଆଜି ସଂଧ୍ୟାରେ କଂଗ୍ରେସ ଶାସିତ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ରାହୁଲଙ୍କୁ ତାଙ୍କ ବାସଭବନରେ ଭେଟିବାର ଯୋଜନା ରହିଛି। ପୂର୍ବରୁ ଆମେ ସମସ୍ତେ ଏକଥା କହିସାରିଛୁ ଯେ ଆମେ ସମ୍ମାନୀୟ କଂଗ୍ରେସ ଅଧ୍ୟକ୍ଷଙ୍କ ସହ ଅଛୁ। ୨୦୧୯ର ପରାଜୟ ପାଇଁ ଆମେ ସମସ୍ତେ ଦାୟୀ ବୋଲି ଗେହେଲଟ୍‌ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe