ଦ୍ୱିତୀୟ ପର୍ଯ୍ୟାୟରେ ମତଦାନ କରିବାକୁ ପ୍ରସ୍ତୁତ ଦେଶର ସବୁଠାରୁ ବୟସ୍କ, ୧୧୬ ବର୍ଷ ବୟସ୍କ ମତଦାତା ମହମ୍ମୁଦ୍‌ ଅଲ୍ଲୀ

Advertisment
ଦ୍ୱିତୀୟ ପର୍ଯ୍ୟାୟରେ ମତଦାନ କରିବାକୁ ପ୍ରସ୍ତୁତ ଦେଶର ସବୁଠାରୁ ବୟସ୍କ, ୧୧୬ ବର୍ଷ ବୟସ୍କ ମତଦାତା ମହମ୍ମୁଦ୍‌ ଅଲ୍ଲୀ

ANI

କରିମ୍‌ଗଞ୍ଜ (ଆସାମ): ଆସାମରେ ୧୮ ତାରିଖ ଦିନ ଅନୁଷ୍ଠିତ ହେବାକୁ ଯାଉଥିବା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ମତଦାନ କରିବେ କରିମଗଞ୍ଜର ୧୧୬ ବର୍ଷ ବୟସ୍କ ମହମ୍ମୁଦ୍‌ ଅଲ୍ଲୀ। ମହମ୍ମୁଦ୍‌ ଅଲ୍ଲୀ ଜଣେ ସ୍ୱାଧୀନତା ସଂଗ୍ରାମୀ। ଆସନ୍ତା କାଲି ମହମ୍ମୁଦ୍‌ ଅଲ୍ଲୀ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିବା ପରେ ସେ ଦେଶର ସବୁଠାରୁ ବୟସ୍କ ମତଦାତା ହେବାର ଗୌରବ ଲାଭ କରିବେ।

ନିଜର ମତଦାନ ଅଧିକାର ସାବ୍ୟସ୍ତ କରିବା ପୂର୍ବରୁ ମହମ୍ମୁଦ୍‌ ଅଲ୍ଲୀ ସମ୍ବାଦ ସରବରାହ ସଂସ୍ଥା ଏଏନ୍‌ଆଇକୁ କହିଛନ୍ତି, ‘ଆସନ୍ତା କାଲି ନିଶ୍ଚିତ ରୂପେ ମୁଁ ମୋର ଭୋଟ ଦେବି। ଏଥିସହ ମୁଁ ଦେଶର ସମସ୍ତ ଯୁବ ଭୋଟରଙ୍କୁ ମଧ୍ୟ ଅନୁରୋଧ କରୁଛି, ସେମାନେ ମଧ୍ୟ ସେମାନଙ୍କର ଭୋଟଦାନ କରନ୍ତୁ। କାରଣ, ଏକ ଗଣତନ୍ତ୍ର ରାଷ୍ଟ୍ରରେ ଭୋଟଦାନ ହେଉଛି ଜଣେ ନାଗରିକର ସବୁଠାରୁ ବଡ଼ ଅଧିକାର।’ ଏହି ଅବସରରେ ସେ କହିଛନ୍ତି ଯେ ସ୍ୱାଧୀନତା ପ୍ରାପ୍ତି ପରେ ଦେଶରେ ବହୁତ କିଛି ପରିବର୍ତ୍ତନ ଘଟିଛି ଏବଂ ଆଗକୁ ଆହୁରି ପରିବର୍ତ୍ତନ ମଧ୍ୟ ଘଟିବ। ତେବେ, ସ୍ୱାଧୀନତା ପ୍ରାପ୍ତିର ଦୀର୍ଘ ୭ ଦଶନ୍ଧି ପରେ ମଧ୍ୟ ଦେଶର ଅର୍ଦ୍ଧାଧିକ ଜନତା ଅର୍ଦ୍ଧାହାର ଓ ଅନାହାରରେ ନିଦ୍ରା ଯିବା ବିଡ଼ମ୍ବନାର ବିଷୟ ବୋଲି କହିଛନ୍ତି ମହମ୍ମୁଦ୍‌ ଅଲ୍ଲୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe