ବାବୁମାନଙ୍କୁ କୁହନ୍ତୁ ଟୁଇଟର୍‌ ସେମାନଙ୍କୁ ଭୋଟ୍‌ ଦେବ: ଯୋଗୀ ଆଦିତ୍ୟନାଥ

Advertisment
ବାବୁମାନଙ୍କୁ କୁହନ୍ତୁ ଟୁଇଟର୍‌ ସେମାନଙ୍କୁ ଭୋଟ୍‌ ଦେବ: ଯୋଗୀ ଆଦିତ୍ୟନାଥ

Image Courtesy of NDTV

ନୂଆଦିଲ୍ଲୀ: କୋଭିଡ୍‌-୧୯ର ଦ୍ବିତୀୟ ପ୍ରବାହ ସମୟରେ ସ୍ବାସ୍ଥ୍ୟ ସେବାକର୍ମୀମାନଙ୍କ ସହ ମିଶି ‘ବିଜେପି’ ନେତାମାନେ ଇଟାୱାରେ ଜନତାଙ୍କ ସେବା କରୁଥିବା ବେଳେ ଅନ୍ୟ ଦଳର ନେତାମାନେ ‘ହୋମ୍‌ ଆଇସୋଲେସନ୍‌’ରେ ଥାଇ ‘ଟୁଇଟର୍‌’ରେ ମଗ୍ନ ଥିଲେ ବୋଲି ଶନିବାର ଦିନ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ବି‌ରୋଧୀ ଦଳର ନେତାମାଙ୍କୁ ସମାଲୋଚନା କରି କହିଛନ୍ତି।

ଇଟାୱାରେ ଆୟୋଜିତ ଏକ ଦଳୀୟ କାର୍ଯ୍ୟକ୍ରମରେ ପୁଣି ମୁରୁକି ହସି ସେ କହିଲେ, ସେମାନେ ‘ଟୁଇଟର୍‌’ରେ ବ୍ୟସ୍ତ ଥିଲେ। ତେଣୁ ସେମାନଙ୍କୁ କୁହନ୍ତୁ, ବାବୁମାନେ, ‘ଟୁଇଟର୍‌’ ଆପଣମାନଙ୍କୁ ଭୋଟ୍‌ ଦେବ।

ସମର୍ଥକ ଓ କର୍ମୀମାନଙ୍କୁ ଉଦ୍‌ବୋଧନ ଦେଇ ସେ କହିଲେ, କୋଭିଡ୍‌ ସମୟରେ ଘରେ ଥିବା ନେତାମାନେ ନିର୍ବାଚନ ସମୟରେ ମଧ୍ୟ ଘରେ ରହିବା ଉଚିତ। କୋଭିଡ୍‌ ସଂକ୍ରମଣ ଚରମ ସୀମାରେ ପହଞ୍ଚିଥିବା ବେଳେ ମୁଁ ଆପଣମାନଙ୍କ ଗହଣରେ ଥିଲି। ହୁଏ ତ ଆପଣମାନଙ୍କର ମନେଥାଇ ପାରେ ମହାମାରୀ ମଧ୍ୟରେ ପରିସ୍ଥିତିର ତଦାରଖ ଏବଂ ପ୍ରତ୍ୟକ୍ଷ ସେବା କରୁଥିବା ସ୍ବାସ୍ଥ୍ୟ ସେବାକର୍ମୀଙ୍କୁ ଭେଟିବା ଲାଗି ମୁଁ ଦୁଇଥର ଏଠାକୁ ଆସିଥିଲି।

publive-image Image Courtesy of NDTV

କିନ୍ତୁ, ଅନ୍ୟ ଦଳର ନେତାମାନେ ‘ହୋମ୍‌ ଆଇସୋଲେସନ୍‌’ରେ ଥିଲେ। ତେଣୁ, ଭୋଟ୍‌‌ ବେଳେ ମଧ୍ୟ ସେମାନଙ୍କର ଘରେ ରହିବାର ଅଧିକାର ଅଛି। ସେମାନେ ଘରେ ରୁହନ୍ତୁ ବୋଲି ସୁନିଶ୍ଚିତ କରାଯିବା ଉଚିତ।

ସଙ୍କଟ ସମୟରେ ଯେଉଁମାନେ ଆପଣମାନଙ୍କ ପାଖରେ ଠିଆ ହେଲେ ନାହିଁ, ଆପଣଙ୍କ ଦୁଃଖରେ ଭାଗୀ ହେଲେ ନାହିଁ, ସେମାନଙ୍କୁ ନିର୍ବାଚନ ବେଳେ ସମୁଚ୍ଚିତ ଜବାବ ଦେ‌ବା ଉଚିତ।

ସୂଚନାଯୋଗ୍ୟ, ୨୦୨୨ ପ୍ରାରମ୍ଭରେ ୪୦୩ ଆସନବିଶିଷ୍ଟ ଉତ୍ତର ପ୍ରଦେଶ ବିଧାନସଭା ନିର୍ବଚାନ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe