ନିର୍ବାଚନୀ ଜିଙ୍ଗିଲ୍ସରେ ଦିଦିଙ୍କୁ କଟାକ୍ଷ ମହଙ୍ଗା ପଡ଼ିଲା; ଗାୟକ ତଥା ବିଜେପି ସାଂସଦ ବାବୁଲ ସୁପ୍ରିୟୋଙ୍କ ବିରୋଧରେ ଥାନାରେ ମାମଲା

ନିର୍ବାଚନୀ ଜିଙ୍ଗିଲ୍ସରେ ଦିଦିଙ୍କୁ କଟାକ୍ଷ ମହଙ୍ଗା ପଡ଼ିଲା; ଗାୟକ ତଥା ବିଜେପି ସାଂସଦ ବାବୁଲ ସୁପ୍ରିୟୋଙ୍କ ବିରୋଧରେ ଥାନାରେ ମାମଲା

Courtesy: News 18

କୋଲକାତା: ପଶ୍ଚିମବଙ୍ଗରେ ବିଜେପିର ନିର୍ବାଚନ ପ୍ରଚାର ଉଦ୍ଦେଶ୍ୟରେ ତୃଣମୂଳ କଂଗ୍ରେସ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନର୍ଜୀଙ୍କୁ କଟାକ୍ଷ କରି ଏକ ଜିଙ୍ଗିଲ୍ସ ପ୍ରସ୍ତୁତ କରିବା ଖ୍ୟାତନାମା କଣ୍ଠଶିଳ୍ପୀ ତଥା ବିଜେପି ସାଂସଦ ବାବୁଲ ସୁପ୍ରିୟୋଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି।

ବାବୁଲ ସୁପ୍ରିୟୋ ତାଙ୍କ ଦ୍ୱାରା ପ୍ରସ୍ତୁତ ଏହି ଜିଙ୍ଗିଲ୍ସରେ ଉଦ୍ଦେଶ୍ୟମୂଳକ ଭାବେ ମମତାଙ୍କୁ ସାଧାରଣରେ ନିନ୍ଦିତ ଓ ଅପମାନିତ କରିବା ସହ ତାଙ୍କର ମାନହାନୀ ଘଟାଇବାକୁ ଚେଷ୍ଟା କରିଥିବା ଅଭିଯୋଗ କରି ମମତାଙ୍କ ଜନୈକ ସମର୍ଥକ ଗୌରବ ଗୁପ୍ତା ପୁଲିସ୍‌ ଥାନାରେ ଏକ ଅଭିଯୋଗ ଆଗତ କରିଛନ୍ତି।

publive-image Courtesy: News 18

ତେବେ, ବାବୁଲ ସୁପ୍ରିୟୋ ତାଙ୍କ ଦ୍ୱାରା ପ୍ରସ୍ତୁତ ଏହି ଜିଙ୍ଗିଲ୍ସର ଗୀତରେ ଅଛି; ଏଥର ଫୁଟିବ ପଦ୍ମ, ତୃଣମୂଳ ତୁମେ ବାଙ୍ଗଲା ଛାଡ଼। ଏ ତୃଣମୂଳ ଆଉ ନୁହେଁ। ଦିଦି ପିନ୍ଧନ୍ତି ହାଓ୍ଵାଇ ଚଟି, ଭାଇମାନେ ସବୁ ତାଙ୍କ କୋଟିପତି। ଏ ତୃଣମୂଳ ଆଉ ନୁହେଁ.... (ଫୁଟ୍‌ବେ ଏବାର ପଦମ୍‌ ଫୁଲ୍‌, ବାଙ୍ଗ୍‌ଲା ଛାଡ଼ୋ ତୃଣମୂଲ। ଏ ତୃଣମୂଳ ଆର୍‌ ନା। ଦିଦି ପୋରେ ହାଓ୍ଵାଇ ଚଟି, ଭାୟେରା ସୋବାଏ କୋଟିପତି। ଏ ତୃଣମୂଲ ଆର୍‌ ନା....)।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe