ବିଜେଡି କାର୍ଯ୍ୟାଳୟରେ ବୈଜୟନ୍ତ ଅଲୋଡ଼ା!

Advertisment

ନିଲମ୍ବନ ପରେ ନୋଟିସ୍‌ ବୋର୍ଡରେ ନାଁ ନାହିଁ

ନିଲମ୍ବନ ପରେ ନୋଟିସ୍‌ ବୋର୍ଡରେ ନାଁ ନାହିଁ

ବିଜେପିରେ ଯୋଗଦେଲେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା

ନୂଆଦିଲ୍ଲୀ : ଗତମାସ ୨୪ ତାରିଖରେ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବନ କରାଯିବା ପରେ ବର୍ତ୍ତମାନ ସଂସଦର ବିଜେଡି କାର୍ଯ୍ୟାଳୟରେ ସେ ଅଲୋଡ଼ା ହୋଇଯାଇଛନ୍ତି। ସଂସଦ ଭବନ ସ୍ଥିତ ବିଜେଡି କାର୍ଯ୍ୟାଳୟ ଭିତରେ ଲାଗିଥିବା ନୋଟିସ୍‌ ବୋର୍ଡରେ ଦଳର ସାଂସଦ ମାନଙ୍କର ନାମ, ଡିଭିଜନ ନମ୍ବର ଏବଂ ପରିଚୟପତ୍ର ନମ୍ବର ଲେଖାଥିବା ତାଲିକାରେ ବୈଜୟନ୍ତଙ୍କ ନାମକୁ ହଟାଇ ଦିଆଯାଇଛି।

ଦଳୀୟ ସୂତ୍ର ଅନୁସାରେ, ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବିତ ହେବା ପରେ ଶ୍ରୀ ପଣ୍ଡା ନାମକୁ ମାତ୍ର ସାଂସଦ ହୋଇ ରହିଛନ୍ତି। ଦଳରୁ ବୈଜୟନ୍ତଙ୍କ ନିଲମ୍ବନ ନେଇ ବାଚସ୍ପତିଙ୍କୁ ଅବଗତ କରାଯାଇଛି ନା ନାହିଁ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନଥିବା ବେଳେ ବିଜେଡି କାର୍ଯ୍ୟାଳୟର ସାଂସଦ ତାଲିକାରୁ ତାଙ୍କ ନାମକୁ ବାଦ୍‌ ଦିଆଯାଇଛି। ଏପରିକି ନବଦିଗନ୍ତ ଚିଟ୍‌ଫଣ୍ଡ ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲରେ ଥିବା ବିଜେଡି ସାଂସଦ ରାମଚନ୍ଦ୍ର ହାଁସଦାଙ୍କ ନାମ ମଧ୍ୟ ଏହି ତାଲିକାରେ ନାହିଁ। ସୂଚନାଯୋଗ୍ୟ, ବୈଜୟନ୍ତ ୨୦୦୦-୦୬ ଏବଂ ୨୦୦୬ରୁ -୦୯ ପର୍ଯ୍ୟନ୍ତ ବିଜେଡିରୁ ରାଜ୍ୟସଭା ସଦସ୍ୟ ଓ ୨୦୦୯ରୁ ବର୍ତ୍ତମାନ ସୁଦ୍ଧା ଲୋକସଭା ସଦସ୍ୟ ହୋଇ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe