ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ବୈଜୟନ୍ତ ନିରବ

Advertisment
କେନ୍ଦ୍ରାପଡ଼ାରେ ବୈଜୟନ୍ତଙ୍କ ଶକ୍ତି ପ୍ରଦର୍ଶନ, ସାମ୍ବାଦିକ ସମ୍ମିଳନୀରେ ବିଜେଡି କହିଲା ସାଂସଦ ପଦ ଛାଡ଼

ନୂଆଦିଲ୍ଲୀ: ବିଜେଡିର ପ୍ରାଥମିକ ସଦସ୍ୟତାରୁ ନିଲମ୍ବିତ ହୋଇଥିବା ସାଂସଦ ବୈଜୟନ୍ତ ପଣ୍ଡା ତାଙ୍କର ଭବିଷ୍ୟତ ରାଜନୈତିକ କାର୍ଯ୍ୟପନ୍ଥା ସମ୍ପର୍କରେ ସମ୍ପ୍ରତି ନିରବ ରହିଛନ୍ତି। ଆସନ୍ତାକାଲି ସଂସଦର ବଜେଟ ଅଧିବେଶନ ଆରମ୍ଭ ହେଉଥିବା ବେଳେ ବୈଜୟନ୍ତଙ୍କ ଭୂମିକା କ’ଣ ରହିବ ସେ ସମ୍ପର୍କରେ ସେ ମୁହଁ ଖୋଲିନାହାନ୍ତି। ଅପରପକ୍ଷେ, ନିଲମ୍ବନ ପରେ ସାଂସଦ ପଦବିରୁ ତାଙ୍କର ଇସ୍ତଫା ଦାବିକୁ ସେ ଭିତ୍ତିହୀନ ଦର୍ଶାଇଛନ୍ତି।

ବିଜେଡିରୁ ନିଲମ୍ବିତ ହେବା ପରେ ବୈଜୟନ୍ତ ଆଜି ଏଠାକାର ହଜ୍‌ଖାସ୍‌ ସ୍ଥିତ ଜଗନ୍ନାଥ ମନ୍ଦିରକୁ ଆସିଥିଲେ। ସେଠାରେ କିଛି ପ୍ରବାସୀ ଓଡ଼ିଆ ତାଙ୍କୁ ସମ୍ବର୍ଦ୍ଧିତ କରିବା ସହ ତାଙ୍କ ପ୍ରତି ସେମାନଙ୍କର ସମର୍ଥନ ବଜାୟ ରହିବ ବୋଲି ଆଶ୍ୱାସନା ଦେଇଥିଲେ। ଅପରପକ୍ଷେ, ତାଙ୍କ ପ୍ରତି ହୋଇଥିବା ଅନ୍ୟାୟକୁ ପ୍ରବାସୀ ଓଡ଼ିଆମାନେ ହୃଦୟଙ୍ଗମ କରିଥିବାରୁ ବୈଜୟନ୍ତ ସେମାନଙ୍କୁ କୃତଜ୍ଞତା ଜଣାଇଥିଲେ।

ଅପରପକ୍ଷେ, ବର୍ଷକ ତଳେ ଦଳର ସୁପ୍ରିମୋ ନିଜେ ଦଳର ଆତ୍ମସମୀକ୍ଷା ହେବା ଉଚିତ୍‌ ବୋଲି ସର୍ବସାଧାରଣରେ କହିବା ପର ଠାରୁ ସେ କହିବା ଆରମ୍ଭ କରିଥିଲେ ବୋଲି ବୈଜୟନ୍ତ କହିଛନ୍ତି। ମାତ୍ର ଏହା ଦ୍ୱାରା ସେ କାହାକୁ ହଇରାଣ କରିନଥିଲେ ହେଁ ତାହା ପରଠାରୁ ସମସ୍ୟା ଉପୁଜିଛି। ଏପରିକି ଗଣମାଧ୍ୟମ ଜରିଆରେ କିଛି ଲୋକ ଧମକ ଦେବା ଆରମ୍ଭ କରିଥିଲେ। ମୁଣ୍ଡ ନୁଆଇଁ ଚୁପ୍‌ ରହିବାକୁ ପସନ୍ଦ ନକରି ବିଜୁବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଥିବାରୁ ଶ୍ରୀ ପଣ୍ଡା ମୁଣ୍ଡ ଟେକି ପାଟି କଲେ ବୋଲି କହିଛନ୍ତି। ତେବେ ଯେଉଁମାନେ ତାଙ୍କ ବିରୋଧରେ ସ୍ୱର ଉଠାଇଛନ୍ତି, ସେମାନେ ନିର୍ବାଚନ ଆୟୋଗ କିମ୍ବା ଅଦାଲତର ଦ୍ୱାରସ୍ଥ ହେବାକୁ ବୈଜୟନ୍ତ ଆହ୍ଵାନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe