ବିବାଦୀୟ ବୟାନ ନେଇ ଦିଗବିଜୟ ସିଂହଙ୍କ ବିରୋଧରେ ମାନହାନୀ ମୋକଦ୍ଦମା କରିବ ବଜରଙ୍ଗ ଦଳ

Advertisment
ବିବାଦୀୟ ବୟାନ ନେଇ ଦିଗବିଜୟ ସିଂହଙ୍କ ବିରୋଧରେ ମାନହାନୀ ମୋକଦ୍ଦମା କରିବ ବଜରଙ୍ଗ ଦଳ

ଭୋପାଳ: କଂଗ୍ରେସର ବରିଷ୍ଠ ନେତା ଓ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହଙ୍କ ବିରୋଧରେ ବଜରଙ୍ଗ ଦଳ ମାନହାନୀ ମୋକଦ୍ଦମା କରିବ। ବଜରଙ୍ଗ ଦଳର ରାଷ୍ଟ୍ରୀୟ ସଂଯୋଜକ ସୋହନ ସୋଲାଙ୍କି ଜାତୀୟ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ବିବାଦୀୟ ବୟାନ ଦେଇଥିବାରୁ ଦିଗବିଜୟ ସିଂହଙ୍କ ବିରୋଧରେ ମାନହାନୀ ମୋକଦ୍ଦମା ହେବ। ସେ କହିଛନ୍ତି ଯେ, ଦିଗବିଜୟ ସିଂହଙ୍କ ହୃଦୟରେ ହିନ୍ଦୁ ବିରୋଧୀ ଚିନ୍ତାଧାରା ବହୁ ଦିନରୁ ରହି ଆସିଛି। ତାଙ୍କର ରାଜନୈତିକ ଗୁରୁତ୍ୱ ଚିନ୍ତା ଶେଷ ହୋଇଯାଇଛି। ଏଭଳି ବୟାନ ଦେଇ ସେ କଂଗ୍ରେସକୁ ଦେଶରୁ ବାହାର କରିବାକୁ ଚାହୁଁଛନ୍ତି।

ସୋହନ ସୋଲାଙ୍କି କହିଛନ୍ତି, ଦିଗବିଜୟ ସିଂହ ଯେଉଁଠି ବି ଥାଆନ୍ତି, ତାଙ୍କର କଡ଼ା ଶବ୍ଦକୁ ମୁଁ ନିନ୍ଦା କରୁଛି ଏବଂ ତାଙ୍କର କଥାକୁ ଖଣ୍ଡନ କରୁଛି। ବଜରଙ୍ଗ ଦଳର କୌଣସି କର୍ମକର୍ତ୍ତା କେବେ ବି ଦେଶ ବିରୋଧୀ ବୟାନ ଦେଇ ନଥାନ୍ତି। ବଜରଙ୍ଗ ଦଳ ସହିତ ଦେଶର ୪୦ ଲକ୍ଷ ଯୁବକ ଜଡ଼ିତ ଅଛନ୍ତି। ବଜରଙ୍ଗ ଦଳ ସବୁବେଳେ ସମସ୍ତଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି କାମ କରିଥାଏ। ବଜରଙ୍ଗ ଉପରେ ଅଭିଯୋଗ ଆଣିବା ଭୁଲ ଅଟେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe