ବିଜେପିରେ ଅଶୋକ ପାଣିଗ୍ରାହୀଙ୍କ ଯୋଗଦାନ ପୂର୍ବରୁ ଇସ୍ତଫା ଦେଲେ ବରଗଡ଼ ଜିଲ୍ଲା ସଭାପତି!

Advertisment
ବିଜେପିରେ ଅଶୋକ ପାଣିଗ୍ରାହୀଙ୍କ ଯୋଗଦାନ ପୂର୍ବରୁ ଇସ୍ତଫା ଦେଲେ ବରଗଡ଼ ଜିଲ୍ଲା ସଭାପତି!

ବରଗଡ଼: ଆଉ କିଛି ସମୟପରେ ବିଜେପୁରର ପୂର୍ବତନ ବିଧାୟକ ଅଶୋକ ପାଣିଗ୍ରାହୀ ଭାରତୀୟ ଜନତା ପାର୍ଟିରେ ଆନୁଷ୍ଠାନିକଭାବେ ଯୋଗଦାନ କରିବେ। ଏଥିପାଇଁ ବରପାଲି ଜଗନ୍ନାଥ ମନ୍ଦିର ପରିସରରେ ଏକ ଉତ୍ସବର ଆୟୋଜନ କରାଯାଇଛି। ଏଥିରେ କେନ୍ଦ୍ର ମନ୍ତ୍ରୀ ଜୁଏଲ୍‌ ଓରାମ୍‌ ଏବଂ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ବହୁ ତୁଙ୍ଗନେତା ଯୋଗ ଦେଉଛନ୍ତି। ହେଲେ ଏହାପୂର୍ବରୁ ବିଜେପିକୁ ଲାଗିଛି ଏକ ବଡ଼ ଝଟକା। ବିଜେପିରେ ଅଶୋକ ପାଣିଗ୍ରାହୀଙ୍କ ଯୋଗଦାନ ପୂର୍ବରୁ ବରଗଡ଼ ଜିଲ୍ଲା ଭାଜପା ସଭାପତି ନାରାୟଣ ସାହୁ ଦଳରୁ ଇସ୍ତଫା ଦେଇଥିବା ଚର୍ଚ୍ଚା ହେଉଛି।

ଆହୁରି ମଧ୍ୟ ଶୁଣିବାକୁ ମିଳୁଛି ଯେ ବରପାଲିର ଭାଜପାର ୩ ଜଣ ମଣ୍ଡଳ ସଭାପତି ମଧ୍ୟ ଦଳରୁ ଇସ୍ତଫା ଦେଇଛନ୍ତି। ସେଠାରେ ଅଶୋକ ପାଣିଗ୍ରାହୀଙ୍କୁ ଆଗାମୀ ବିଧାନସଭା ଉପନିର୍ବାଚନରେ ପ୍ରାର୍ଥୀ କରାଯିବାକୁ ନେଇ ଉଦ୍ୟମ ହେଉଥିବା ଯୋଗୁଁ ତୃଣମୂଳସ୍ତରରେ ଭାଜପା କର୍ମୀମାନେ ବିରୋଧ କରୁଥିବା କୁହାଯାଉଛି। ଏ ସଂପର୍କରେ ଆମର ଗାଏସିଲଟ ପ୍ରତିନିଧି ନାରାୟଣ ସାହୁଙ୍କର ପ୍ରତିକ୍ରିୟା ନେବାକୁ ଚାହିଁଥିଲେ ହେଁ ସେ ସିଧାସଳଖ କୌଣସି ମନ୍ତବ୍ୟ ଦେବାକୁ ମନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe