ନନ୍ଦୀଗ୍ରାମରେ ପ୍ରତିଦ୍ୱନ୍ଦ୍ୱିତା ତୀବ୍ରତର: ୮ କିଲୋମିଟର୍‌ ଦୀର୍ଘ ‘ରୋଡ୍‌ ସୋ’ କରିବେ ମମତା ବାନାର୍ଜୀ

Advertisment
ନନ୍ଦୀଗ୍ରାମରେ ପ୍ରତିଦ୍ୱନ୍ଦ୍ୱିତା ତୀବ୍ରତର: ୮ କିଲୋମିଟର୍‌ ଦୀର୍ଘ ‘ରୋଡ୍‌ ସୋ’ କରିବେ ମମତା ବାନାର୍ଜୀ

Image Courtesy of ANI News

କୋଲ୍‌କାତା: ଦ୍ୱିତୀୟ ପର୍ଯ୍ୟାୟ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ପ୍ରଚାର ଅଭିଯାନ ମଙ୍ଗଳବାର ସନ୍ଧ୍ୟାରେ ନନ୍ଦୀଗ୍ରାମରେ ଶେଷ ହେଉଥିବା ବେଳେ ଭୋଟର୍‌ମାନଙ୍କୁ ଆକୃଷ୍ଟ କରିବା ଲାଗି ତୃଣମୂଳ କଂଗ୍ରେସ ନେତ୍ରୀ ତଥା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଚାର ଅଭିଯାନ ତୀବ୍ରତର କରିଛନ୍ତି।

ଆଜି ପୂର୍ବାହ୍ନ ୧୧ଟାରେ ମୁଖ୍ୟମନ୍ତ୍ରୀ ବାନାର୍ଜୀ ନନ୍ଦୀଗ୍ରାମ ବ୍ଲକ୍‌-୨ ଅନ୍ତର୍ଗତ ଖୁଦିରାମ ମୋରେ ରୁ ଠାକୁରଚୌକ ପର୍ଯ୍ୟନ୍ତ ୮ କିଲୋମିଟର୍‌ ରୋଡ୍‌ ସୋ’ରେ ବାହାରିଛନ୍ତି। ରାଲି ପରେ ଜନସଭା ବୋୟଲ-୨ରେ ଏକ ସାଧାରଣ ସଭାରେ ସେ ଉଦ୍‌ବୋଧନ ଦେବେ। ଏହାପରେ ଅପରାହ୍ଣ ୨ଟାରେ ଆଉ ଏକ ରାଲି ବାହାରିବ। ପୁଣି ୩.୩୦ରେ ଅମଦାବାଦ ହାଇସ୍କୁଲ୍‌ ପଡ଼ିଆରେ ଏକ ନିର୍ବାଚନୀ ସଭା ହେବ।

publive-image Image Courtesy of Zee News

ଗତବର୍ଷ ଡିସେମ୍ବର ମାସରେ ବିଜେପିରେ ଯୋଗ ଦେଇଥିବା ତାଙ୍କର ପୂର୍ବତନ ମନ୍ତ୍ରୀ ତଥା ସହଯୋଗୀ ଶୁଭେନ୍ଦୁ ଅଧିକାରୀଙ୍କ ବିପକ୍ଷରେ ମୁଖ୍ୟମନ୍ତ୍ରୀ ବାନାର୍ଜୀ ପ୍ରାର୍ଥିନୀ ହୋଇଥିବାରୁ ନନ୍ଦୀଗ୍ରାମରେ ପ୍ରତିଦ୍ୱନ୍ଦ୍ୱିତା ଖୁବ୍‌ ତୀବ୍ର ହୋଇ ଉଠିଛି। ପୂର୍ବରୁ ଶୁଭେନ୍ଦୁ ମଧ୍ୟ କହିଛନ୍ତି ଯେ, ନନ୍ଦୀଗ୍ରାମରେ ବିଜେପି ବାନାର୍ଜୀଙ୍କୁ ୫୦ ହଜାରରୁ ଊର୍ଦ୍ଧ୍ୱ ଭୋଟ୍‌ରେ ପରାସ୍ତ କରିବ।

ସେହିଭଳି, ତୃଣମୂଳ କଂଗ୍ରେସର ଶୀର୍ଷସ୍ତରୀୟ ନେତାମାନଙ୍କୁ ମୁକାବିଲା କରିବା ଲାଗି ବିଜେପି ମଧ୍ୟ ତା’ର ବଡ଼ ବଡ଼ ନେତାଙ୍କୁ ଡାକୁଛି। ଶୁଭେନ୍ଦୁଙ୍କ ପାଇଁ ମଙ୍ଗଳବାର ଦିନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ନନ୍ଦୀଗ୍ରାମରେ ଏକ ବିଶାଳ ରୋଡ୍‌ ସୋ’ କରି ମୁଖ୍ୟମନ୍ତ୍ରୀ ବାନାର୍ଜୀଙ୍କୁ ମୁକାବିଲା କରିବେ।

ଭୋଟ୍‌ ଗ୍ରହଣ ପୂର୍ବରୁ ବଲିଉଡ୍‌ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ମଧ୍ୟ ନନ୍ଦୀଗ୍ରାମରେ ଏକ ରୋଡ୍‌ ସୋ’ କରିପାରନ୍ତି ବୋଲି ଆଶା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe