ବଙ୍ଗ ନିର୍ବାଚନ: ନନ୍ଦୀଗ୍ରାମ ପ୍ରଚାର ଶେଷ ଦିନ ଜାତୀୟ ସଙ୍ଗୀତ ଗାନ ପାଇଁ ଗୋଡ଼ ଭାଙ୍ଗିଥିବା ସତ୍ତ୍ୱେ ଠିଆ ହେଲେ ମମତା ବାନାର୍ଜୀ

Advertisment
ବଙ୍ଗ ନିର୍ବାଚନ: ନନ୍ଦୀଗ୍ରାମ ପ୍ରଚାର ଶେଷ ଦିନ ଜାତୀୟ ସଙ୍ଗୀତ ଗାନ ପାଇଁ ଗୋଡ଼ ଭାଙ୍ଗିଥିବା ସତ୍ତ୍ୱେ ଠିଆ ହେଲେ ମମତା ବାନାର୍ଜୀ

Image Courtesy of India Today

ନନ୍ଦୀଗ୍ରାମ: ନନ୍ଦୀଗ୍ରାମରେ ବିଧାନସଭା ନିର୍ବାଚନ ନିମନ୍ତେ ଚାଲିଥିବା ପ୍ରଚାର ଅଭିଯାନର ଶେଷରେ ଜାତୀୟ ସଙ୍ଗୀତ ଗାନ ବେଳେ ଗୋଡ଼ ଭାଙ୍ଗିଥିବା ସତ୍ତ୍ୱେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହ୍ଵିଲ୍‌ ଚେୟାର୍‌ରୁ ଉଠି ଠିଆ ହୋଇଥିଲେ।

ସେ ଆୟୋଜନ କରିଥିବା ମାରାଥନ୍‌ ନିର୍ବାଚନ ପ୍ରଚାର ରାଲି ଶେଷ ହେବା ପରେ ଜାତୀୟ ସଙ୍ଗୀତ ଗାନ ନିମନ୍ତେ ଠିଆ ହେବେ ବୋଲି ଅଡ଼ି ବସିଥିଲେ। ତାଙ୍କ ଦଳର ନେତା ସୁବ୍ରତ ବକ୍ସି ଓ ଦୋଳ ସେନ୍‌ ମମତା ବାନାର୍ଜୀଙ୍କୁ ହ୍ଵିଲ୍‌ ଚେୟାର୍‌ରୁ ଉଠାଇ ଠିଆ କରାଇବାରେ ସହାୟତା କରିଥିଲେ। ଏବଂ ଜାତୀୟ ସଙ୍ଗୀତ ଗାଇବା ବେଳେ ମୁଖ୍ୟମନ୍ତ୍ରୀ ବାନାର୍ଜୀ ଗୋଟିଏ ଗୋଡ଼ରେ ଠିଆ ହୋଇ ରହିଥିଲେ।

ସୂଚନାଯୋଗ୍ୟ, ମାର୍ଚ ୧୧ ତାରିଖ ଦିନ ନନ୍ଦୀଗ୍ରାମରେ ଏକ ରୋଡ୍‌ ସୋ ସମୟରେ ‘ତୃଣମୂଳ କଂଗ୍ରେସ’ର ମୁଖ୍ୟ ତଥା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଗୋଡ଼ରେ କାର୍‌ ଡୋର୍‌ରେ ମାଡ଼ ହେବାରୁ ହାଡ଼ ଚଡ଼କି ଯାଇଥିଲା।

publive-image Image Courtesy of Business Standard

ଗତବର୍ଷ ‘ବିଜେପି’ରେ ଯୋଗ ଦେଇଥିବା ଶୁଭେନ୍ଦୁ ଅଧିକାରୀ ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନନ୍ଦୀଗ୍ରାମ ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଆଗାମୀକାଲି ଅର୍ଥାତ୍‌ ଏପ୍ରିଲ୍‌ ପହିଲାରେ ଦ୍ୱିତୀୟ ପର୍ଯ୍ୟାୟ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ନନ୍ଦୀଗ୍ରାମରେ ଭୋଟ୍‌ ଗ୍ରହଣ କରାଯିବ।

ମଙ୍ଗଳବାର ଦିନ ନନ୍ଦୀଗ୍ରାମ ପ୍ରଚାର ଅଭିଯାନର ଶେଷ ଦିବସରେ ମମତା ବାନାର୍ଜୀ ଅନେକ ଗୁଡ଼ିଏ ରାଲି କରିଥିବା ବେଳେ ତାଙ୍କର ବିରୋଧୀ ଶୁଭେନ୍ଦୁ ଅଧିକାରୀ ମଧ୍ୟ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ମିଶି ରୋଡ୍‌ ସୋ’ କରିଥିଲେ। ବିଜୟ ସୁନିଶ୍ଚିତ ବୋଲି ଉଭୟ ବାନାର୍ଜୀ ଓ ଅଧିକାରୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe