ବିହାର: ସମାନ ଆସନରେ ନିର୍ବାଚନ ଲଢ଼ିବେ ବିଜେପି-ଜେଡିୟୁ

ଦିଲ୍ଲୀ ନିର୍ବାଚନରେ ଲାଗିବ ବିହାର ତଡକା, ନୀତିଶଙ୍କ ସହ ପ୍ରଚାର କରିବେ ଅମିତ ଶାହା

ପାଟଣା: ବିହାରରେ ଭାରତୀୟ ଜନତା ପାର୍ଟି ଓ ଜନତା ଦଳ (ୟୁନାଇଟେଡ) ସମାନ ଆସନରେ ଲଢ଼ିବେ। ଜେଡିୟୁ ସୂତ୍ରରୁ ଜାତୀୟ ଗଣମାଧ୍ୟମକୁ ମିଳିଥିବା ସୂଚନା ଅନୁସାରେ ଉଭୟ ଦଳ ଆସନ ଭାଗବଣ୍ଟା ନେଇ ସହମିତ ଦେଇଛନ୍ତି। ପ୍ରସ୍ତାବିତ ଫର୍ମୁଲା ମୁତାବକ ଲୋକସଭା ନିର୍ବାଚନରେ ଜେଡିୟୁ ଓ ବିଜେପି ସମାନ ଆସନରେ ନିର୍ବାଚନକୁ ଓହ୍ଲାଉଥିବା ବେଳେ ବିଧାନସଭା ନିର୍ବାଚନରେ ବିଜେପି ଅପେକ୍ଷା ଜେଡିୟୁ ଅଧିକ ଆସନରେ ଅବତୀର୍ଣ୍ଣ ହେବ।

ଆସନ ସଂଖ୍ୟାକୁ ନେଇ ସାମାନ୍ୟ ସନ୍ଦେହ କାରଣ ଉପେନ୍ଦ୍ର କୁଶଓ୍ଵାହାଙ୍କ ପାର୍ଟି ସ୍ପଷ୍ଟ ହୋଇ ନାହିଁ। ଏନ୍‌ଡିଏ ଉପେନ୍ଦ୍ର କୁଶଓ୍ଵାହାଙ୍କ ସମ୍ମୁଖରେ ୨ଟି ଆସନ ପ୍ରସ୍ତାବ ରଖିଛନ୍ତି। ସେହିଭଳି ରାମବିଳାସ ପାସଓ୍ଵାନଙ୍କ ପାର୍ଟିକୁ ୪ଟି ଆସନ ଦିଆଯାଉଛି। ଯଦି ସବୁକିଛି ଠିକ୍‌ଠାକ ଚାଲେ, ବିଜେପି ଜେଡିୟୁ ୧୭-୧୭ ଆସନରେ ନିର୍ବାଚନ ଲଢ଼ିବେ। ଯଦି ଉପେନ୍ଦ୍ର କୁଶଓ୍ଵାହା ଏନଡିଏ ଛାଡିଲେ ସଂଖ୍ୟା ୧୮-୧୮ ହୋଇପାରେ।

କିଛି ଦିନ ପୂର୍ବରୁ ଏକ ଫର୍ମୁଲା ମୁତାବକ ଜେଡିୟୁକୁ ୧୬ ଓ ବିଜେପିକୁ ୧୭ ସହିତ ପାସଓ୍ଵାନଙ୍କ ଦଳକୁ ୫ ଓ କୁଶଓ୍ଵାହାଙ୍କୁ ୨ଟି ଆସନ ଦେବାକଥା ଲୋକଲୋଚନକୁ ଆସିଥିଲା। ବିଜେପି ସୂତ୍ରରୁ କୁହାଯାଉଥିଲା ଯେ, ଜେଡିୟୁ ଓ ବିଜେପି ମଧ୍ୟରେ ସମାନ ଆସନ ବଣ୍ଟାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe