ବିହାର ଅଧିକ କିଛି ପାଇବାକୁ ଯୋଗ୍ୟ, ଆପଣମାନଙ୍କୁ ନିଷ୍ପତ୍ତି ନେବାକୁ ପଡ଼ିବ: ଭାଗଲପୁର ରାଲିରେ କହିଲେ ପ୍ରଧାନମନ୍ତ୍ରୀ ମୋଦୀ

Advertisment
ବିହାର ଅଧିକ କିଛି ପାଇବାକୁ ଯୋଗ୍ୟ, ଆପଣମାନଙ୍କୁ ନିଷ୍ପତ୍ତି ନେବାକୁ ପଡ଼ିବ: ଭାଗଲପୁର ରାଲିରେ କହିଲେ ପ୍ରଧାନମନ୍ତ୍ରୀ ମୋଦୀ

Image Courtesy of Times Now

ନୂଆଦିଲ୍ଲୀ: ବିହାରର ପୂର୍ବ ସରକାର ମାଓବାଦୀଙ୍କୁ ସମର୍ଥନ କରିବା ସହ ରାଜ୍ୟକୁ ରୁଗ୍‌ଣ ଓ ଅସହାୟ କରିବାକୁ ଚାହୁଁଥିବା ବେଳେ ‘ଏନ୍‌ଡିଏ’ ଏହି ପୂର୍ବାଞ୍ଚଳ ରାଜ୍ୟବାସୀଙ୍କୁ ସାହାଯ୍ୟ କରିବା ନିମନ୍ତେ କାମ କରିବାକୁ ଚାହେଁ ବୋଲି ଆଜି ଭାଗଲପୁରରେ ତୃତୀୟ ନିର୍ବାଚନ ରାଲିରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

ଜନସାଧାରଣଙ୍କୁ ଉଦ୍‌ବ‌ୋଧନ ଦେଇ ସେ କହିଲେ, ଏହି ଲୋକମାନେ ବିହାରକୁ ଧ୍ବଂସର ପୁରୁଣା ପଥକୁ ନେଇ ଯିବେ ଏବଂ ରାଜ୍ୟର ଉନ୍ନତି କରିବେ ନାହିଁ। ‘ଆର୍‌ଜେଡି’ର ୧୫ ବର୍ଷ ଶାସନ ‘ଅପରାଧ ଓ ଲୁଟ୍‌’ର ସରକାର ଥିଲା ବୋଲି ସେ ଅଭିଯୋଗ କରିବା ସହ ରାଜ୍ୟକୁ ନିରନ୍ତର ବିକାଶ ପଥରେ ଆଗେଇ ନେବାକୁ ‘ଏନ୍‌ଡିଏ’କୁ ଭୋଟ୍ ଦେବା ଲାଗି ଲୋକମାନଙ୍କୁ ନିବେଦନ କରିଛନ୍ତି। ଆଜି ଦେହରି ଏବଂ ଗୟା ରାଲିରେ ମଧ୍ୟ ସେ ‘ଆର୍‌ଜେଡି’କୁ ସମାଲୋଚନା କରିଥିଲେ।

publive-image Image Courtesy of Hindustan Times

ନୀତିଶ କୁମାରଙ୍କ ମୁଖ୍ୟମନ୍ତ୍ରୀତ୍ବରେ ମୋଦୀ ‘ଏନ୍‌ଡିଏ’କୁ ପୁନର୍ବାର କ୍ଷମତାସୀନ କରିବାକୁ ଭୋଟ୍‌ ନିବେଦନ କରି କହିଛନ୍ତି, ରାଜ୍ୟର ଦ୍ରୁତ ଉନ୍ନତି ନିମନ୍ତେ ନୀତିଶ କୁମାରଙ୍କୁ ପୁଣି ଥରେ ମୁଖ୍ୟମନ୍ତ୍ରୀ କରିବା ଗୁରୁତ୍ବପୂର୍ଣ୍ଣ ବୋଲି ବିହାରବାସୀ ଜାଣନ୍ତି। ଯେଉଁ ଦଳମାନେ ଆଜି ‘ଏନ୍‌ଡିଏ’ ବିପକ୍ଷରେ ଠିଆ ହୋଇଛନ୍ତି, ସେମାନେ ଦେଶ ଅଭିବୃଦ୍ଧିର ବିରୁଦ୍ଧାଚରଣ କରନ୍ତି। ବିହାର ଉନ୍ନତମାନର ଶିକ୍ଷା ପାଇବାକୁ ଯୋଗ୍ୟ। ସେ ପଚାରିଛନ୍ତି, ଯେଉଁମାନେ ଶିକ୍ଷାର ମୂଲ୍ୟ ଜାଣନ୍ତି ନାହିଁ ସେମାନଙ୍କଦ୍ବାରା ନା, ବିହାରକୁ ‘ଆଇଆଇଟି’ ଏବଂ ‘ଆଇଆଇଏମ୍’ ଆଣିବାକୁ ଯେଉଁମାନେ ଦିବାରାତ୍ରୀ କାମ କରୁଛନ୍ତି ସେମାନଙ୍କଦ୍ବାରା ଏହା ସମ୍ଭବ?

ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିହାରବାସୀ ଯେତେବେଳେ ଏହି ଲୋକମାନଙ୍କୁ ବିଶ୍ବାସ କରିଛନ୍ତି, ସେମାନେ ବିହାର ଓ ତାହାର ସ୍ବାଭିମାନ ପ୍ରତି ବିଶ୍ବାସଘାତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe