Image Courtesy of News Live Nation
ନୂଆଦିଲ୍ଲୀ: ଆଗରୁ ଦୁର୍ନୀତି ଅଭିଯୋଗରେ ସମ୍ମୁଖୀନ ହୋଇ ଦଳରୁ ବହିଷ୍କୃତ ହୋଇଥିବା ‘ଜେଡି(ୟୁ)’ର ମେୱାଲାଲ୍ ଚୌଧୁରୀଙ୍କୁ ଶିକ୍ଷାମନ୍ତ୍ରୀ ଭାବେ ନିଯୁକ୍ତି ଦେଇଥିବାରୁ ବୁଧବାର ଦିନ ବିହାରର ମୁଖ୍ୟ ବିରୋଧୀ ‘ଆର୍ଜେଡି’ ଏବଂ ତା’ର ମିତ୍ର ଦଳମାନେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ସମାଲୋଚନା କରିଛନ୍ତି। ତାଙ୍କୁ ବହିଷ୍କାର କରାଯାଉ ବୋଲି ମଧ୍ୟ ସେମାନେ ଦାବି କରିଛନ୍ତି।
‘ଆର୍ଜେଡି’ ନେତା ତେଜସ୍ବୀ ଯାଦବ କହିଛନ୍ତି, ଏକ କୃଷି ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ଏବଂ ପ୍ରଥମଥର ମନ୍ତ୍ରୀ ହୋଇଥିବା ଚୌଧୁରୀ ଭାରତୀୟ ପିଙ୍ଗଳ କୋଡ୍ର ‘ଧାରା ୪୨୦’ରେ ଠକାମି ଓ ଅସାଧୁତା ଏବଂ ‘ଧାରା ୧୨୦ ଖ’ରେ ଅପରାଧିକ ଷଡ଼ଯନ୍ତ୍ର ସମେତ ବହୁ ସାଙ୍ଘାତିକ ଅଭିଯୋଗର ସମ୍ମୁଖୀନ ହୋଇଛନ୍ତି।
ଟୁଇଟ୍ କରି ତେଜସ୍ବୀ ଲେଖିଛନ୍ତି, ଦୁର୍ନୀତି ଲାଗି କ’ଣ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମେୱାଲାଲ୍ ଚୌଧୁରୀଙ୍କୁ ପୁରସ୍କୃତ କରି ଲୁଟ୍ କରିବାକୁ ସ୍ବାଧୀନତା ଦେଇଛନ୍ତି?
ଉଲ୍ଲେଖଯୋଗ୍ୟ, ଭାଗଲପୁର ଜିଲ୍ଲା ଅନ୍ତର୍ଗତ ସାବୌରସ୍ଥିତ ବିହାର କୃଷି ବିଶ୍ବବିଦ୍ୟାଳୟରେ କୁଳପତି ଥିବାବେଳେ ନିଯୁକ୍ତିରେ ଅନିୟମିତା ଅଭିଯୋଗରେ ତାଙ୍କ ବିରୋଧରେ ଏଫ୍ଆଇଆର୍ ଦାଏର୍ ହେବା ପରେ ୬୭ ବର୍ଷିୟ ଚୌଧୁରୀ ୨୦୧୭ରେ ନୀତୀଶ କୁମାରଙ୍କ ନେତୃତ୍ବାଧୀନ ‘ଜେଡି(ୟୁ)’ରୁ ବହିଷ୍କୃତ ହୋଇଥିଲେ।
Image Courtesy of New Indian Expressକ୍ୟାବିନେଟ୍ରେ କୌଣସି ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କୁ ନିଯୁକ୍ତି ନ ଦେଇଥିବାରୁ ମଧ୍ୟ ତେଜସ୍ବୀ ନୂଆ ‘ଏନ୍ଡିଏ’ ସରକାରଙ୍କୁ ସମାଲୋଚନା କରିଛନ୍ତି।
ଗୋଖାଦ୍ୟ ଦୁର୍ନୀତିରେ ଜେଲ୍ରେ ଥିବା ‘ଆର୍ଜେଡି’ ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ମଧ୍ୟ ଟୁଇଟ୍ କରିଛନ୍ତି, କ୍ଷମତାକୁ ଆସିଲେ ପ୍ରଥମ କ୍ୟାବିନେଟ୍ ବୈଠକରେ ୧୦ ଲକ୍ଷ ଚାକିରି ଦେବେ ବୋଲି ତାଙ୍କ ପୁଅ ତେଜସ୍ବୀ ପ୍ରତିଶ୍ରୁତି ଦେଇଥିବା ବେଳେ ଦୁର୍ନୀତି ଅଭିଯୋଗରେ ସମ୍ମୁଖୀନ ହୋଇଥିବା ଜଣେ ବ୍ୟକ୍ତିଙ୍କୁ କ୍ୟାବିନେଟ୍ରେ ସାମିଲ କରି ନୀତୀଶ ତାଙ୍କ ପ୍ରାଥମିକତାକୁ ସ୍ପଷ୍ଟ କରିଛନ୍ତି। ବିଡ଼ମ୍ବନା ଦେଖ, ମେୱାଲାଲ୍ ପ୍ରସଙ୍ଗରେ ‘ଜେଡି(ୟୁ)’କୁ ସମାଲୋଚନା କରୁଥିବା ବିଜେପି ଆଜି ଚୁପ୍ ରହିଛି।
ଏଠାରେ ସୂଚାଇ ଦିଆଯାଇ ପାରେ ଯେ, ଲାଲୁ ଜେଲ୍ରେ ଥିବାରୁ ତାଙ୍କ ପରିବାରର ପରାମର୍ଶକ୍ରମେ ତାଙ୍କ ଅଫିସ୍ ଟୁଇଟର୍ ହ୍ୟାଣ୍ଡ୍ଲ୍ ପରିଚାଳନା କରୁଛି।
Follow Us