ବିଜେପୁର ଉପନିର୍ବାଚନ ପାଇଁ କଂଗ୍ରେସର ପ୍ରସ୍ତୁତି, ପ୍ରାର୍ଥୀ ଚୟନ ପ୍ରକ୍ରିୟା ଆରମ୍ଭ

Advertisment
ନବୀନ ନିବାସ ଘେରାଉ କରିବ ଯୁବ କଂଗ୍ରେସ

ଭୁବନେଶ୍ୱର/ବରଗଡ଼: ବିଜେପୁର ଉପନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି। କିଏ ହେବେ ବିଧାୟକ ପ୍ରାର୍ଥୀ ଏ ନେଇ ଚୂଡାନ୍ତ ନିଷ୍ପତ୍ତି ଖୁବ୍‌ ଶୀଘ୍ର ଆସିବ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି। ଅନ୍ୟପଟରେ ଆଶାୟୀ ପ୍ରାର୍ଥୀ ପୂର୍ବତନ ମନ୍ତ୍ରୀ ରିପୁନାଥ ସେଠୀ ଓ ବିଜେପୁର ବ୍ଲକ ଉପାଧ୍ୟକ୍ଷ ପ୍ରଣୟ ସାହୁ ଲୋକଲୋଚନରେ ନ ହେଲେ ବି ବ୍ୟକ୍ତିଗତ ଭାବରେ ଭିତିରିଆ ପ୍ରଚାର ଚଳାଇଛନ୍ତି।

ବିଜେପୁର ଉପନିର୍ବାଚନ ପାଇଁ ଦିନ ଯେତିକି ପାଖେଇ ଆସୁଛି ନେତାମାନେ ସେତିକି ବ୍ୟସ୍ତ ଜଣାପଡୁଛନ୍ତି। କଂଗ୍ରେସର ଗଡ଼ କୁହାଯାଉଥିବା ବିଜେପୁର ନିର୍ବାଚନ ମଣ୍ଡଳୀରେ ବିଜେଡି ଓ ବିଜେପି ବିଜୟ ପାଇଁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରୁଛନ୍ତି। କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ଦେହାନ୍ତ ପରେ ଖାଲି ପଡ଼ିଥିବା ପଦକୁ ହାତେଇବା ପାଇଁ ପ୍ରମୁଖ ଦଳମାନେ ବ୍ୟସ୍ତ ହୋଇ ପଡ଼ିଛନ୍ତି।

publive-image

ସୁବଳଙ୍କ ପତ୍ନୀ ରିତା ସାହୁ ବିଜେଡିରେ ସାମିଲ ହେବା ଓ ଗତ ପଞ୍ଚାୟତରାଜ ନିର୍ବାଚନରେ ପଶ୍ଚିମ ଓଡ଼ିଶାରେ ବିଜେପିକୁ ଅଦ୍ଭୁତପୂର୍ଣ୍ଣ ସଫଳତା ମିଳିବା ନେଇ କଂଗ୍ରେସ ନିଶ୍ଚିତ ଭାବରେ ଚିନ୍ତାରେ ପଡ଼ି ଯାଇଛି। ଏଥି ପାଇଁ କଂଗ୍ରେସ ପକ୍ଷରୁ ସ୍ଥାନୀୟ ବଛା ବଛା ନେତାଙ୍କୁ ନେଇ ଏକ ବିଶେଷଜ୍ଞ କମିଟି ଗଠନ କରାଯାଇଥିଲା। ବରିଷ୍ଠ ନେତା ହେମାନନ୍ଦ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ଜଗନ୍ନାଥ ପଟ୍ଟନାୟକ ଆବାହକ, ନବକିଶୋର ଦାସ ସଂଯୋଜକ, ଶରତ ପଟ୍ଟନାୟକ, ଭକ୍ତ ଚରଣ ଦାସ ଓ ବରଗଡ଼ ଜିଲ୍ଲା ସଭାପତି ଅନନ୍ତାସନ ପାଢ଼ୀ ସଦସ୍ୟ ଅଛନ୍ତି। ଏହି କମିଟି ସ୍ଥାନୀୟ ଅଞ୍ଚଳରେ କଂଗ୍ରେସର ସ୍ଥିତି କ’ଣ ଅଛି ଓ ଲୋକମାନେ କଂଗ୍ରେସକୁ କେମିତି ଦେଖିବାକୁ ଚାହାଁନ୍ତି ସମୀକ୍ଷା ହୋଇଥିଲା। ପରେ ରିପୋର୍ଟକୁ ଏଆଇସିସି ଓ ପିସିସିକୁ ଦାଖଲ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe