ଦିଲ୍ଲୀ ହାଇକୋର୍ଟରେ ବିଜେପୁର ମାମଲା : ୭ଦିନରେ ରିପୋର୍ଟ ଦେବାକୁ ନିର୍ଦେଶ

Advertisment
ଦିଲ୍ଲୀ ହାଇକୋର୍ଟରେ ବିଜେପୁର ମାମଲା : ୭ଦିନରେ ରିପୋର୍ଟ ଦେବାକୁ ନିର୍ଦେଶ

ନୂଆଦିଲ୍ଲୀ : ବିଜେପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଉପନିର୍ବାଚନ ଲାଗି ତାରିଖ ଘୋଷଣା କରିବାରେ ବିଳମ୍ବ କାହିଁକି ହେଉଛି? ଏସଂପର୍କରେ ୭ ଦିନ ଭିତରେ ରିପୋର୍ଟ ଦିଅ। ଏସଂକ୍ରାନ୍ତ ଏକ ମାମଲାର ବିଚାର କରି ଦିଲ୍ଲୀ ହାଇକୋର୍ଟ ଆଜି ନିର୍ବାଚନ କମିସନଙ୍କୁ ଏଭଳି ନିର୍ଦେଶ ଦେଇଛନ୍ତି। କନକ ଫାଉଣ୍ଡେସନ୍‌ ନାମକ ଏକ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଆଗତ ଏହି ମାମଲାର ଶୁଣାଣି କରି ଜଷ୍ଟିସ ରେଖାପଲ୍ଲୀ ଏହି ନିର୍ଦେଶ ଦେଇଛନ୍ତି। ମାମଲାର ପରବର୍ତୀ ଶୁଣାଣି ଫେବୃଆରି ୭ ତାରିଖରେ କରିବାକୁ ଦିନ ଧାର୍ଯ୍ୟ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଓକିଲ ସୁଦର୍ଶ ମେନନ ମାମଲା ପରିଚାଳନା କରୁଛନ୍ତି। ଗତବର୍ଷ ଅଗଷ୍ଟରେ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ମୃତ୍ୟୁ ପରେ ଏହି ଆସନ ଖାଲି ପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe