ବିଜେଡିକୁ ସମର୍ଥନ ଦେବ ଫରଓ୍ଵାର୍ଡ ବ୍ଲକ

ବିଜେଡିକୁ ସମର୍ଥନ ଦେବ ଫରଓ୍ଵାର୍ଡ ବ୍ଲକ

ଭୁବନେଶ୍ୱର : ବିଜେପୁର ବିଧାନସଭା ଉପନିର୍ବାଚନରେ ବିଜେଡି ପ୍ରାର୍ଥିନୀ ରୀତା ସାହୁଙ୍କୁ ସମର୍ଥନ କରିବ ଫରଓ୍ଵାର୍ଡ ବ୍ଲକ। ଆଜି ପ୍ରେସ ବିଜ୍ଞପ୍ତିରେ ଦଳ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି। ଅଲ୍‌ ଇଣ୍ଡିଆ ଫରଓ୍ଵାର୍ଡ ବ୍ଲକର ସାଧାରଣ ସଂପାଦକ ଜ୍ୟୋତିରଂଜନ ମହାପାତ୍ର, ରାଜ୍ୟ ଉପସଭାପତି ତଥା ବରଗଡ ଜିଲ୍ଲା ସଭାପତି ଗୋପାଳ ଚନ୍ଦ୍ର ଅଗ୍ରଓ୍ଵାଲ ଉଲ୍ଲେଖ କରିଛନ୍ତି, ସାଂପ୍ରଦାୟିକତାବାଦୀ ବିଜେପି କେନ୍ଦ୍ରରେ କ୍ଷମତାକୁ ଆସିବା ପରେ ସାରା ଦେଶରେ ଧର୍ମ ଓ ଜାତି ନାମରେ ଦଙ୍ଗା ଭିଆଇ ଏକ ଭୟର ବାତାବରଣ ସୃଷ୍ଟି କରୁଛି। ୬୦ବର୍ଷର କଂଗ୍ରେସ ଶାସନରେ ଭ୍ରଷ୍ଟାଚାର ଓ ଉଦାରବାଦୀ ଆର୍ଥିକ ନୀତି ଦେଶକୁ ରସାତଳଗାମୀ କରିଦେଲା। ଯେହେତୁ ବିଜେପୁରରେ ଦଳ ନିଜସ୍ୱ ପ୍ରାର୍ଥୀ ଦେଇନାହିଁ, ଏଣୁ ବିଜୁ ଜନତା ଦଳ ପ୍ରାର୍ଥୀକୁ ବିଜେଡି ସମର୍ଥନ କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe