ବିଜେପୁର ନେଇ ବୟାନବାଜି

Advertisment
ବିଜେପୁର ନେଇ ବୟାନବାଜି

ଭୁବନେଶ୍ୱର : ବିଜେପୁର ନିର୍ବାନଚମଣ୍ଡଳୀକୁ ନେଇ ରାଜ୍ୟ ରାଜନୀତି ବେଶ୍‌ ସରଗରମ ହୋଇଛି। ପ୍ରତିଦିନ ବିଭିନ୍ନ ଦଳର ନେତାମାନେ ବିବାଦୀୟ ମନ୍ତବ୍ୟ ଦେଇ ବିଜେପୁର ଚର୍ଚ୍ଚାକୁ ଆହୁରି ତେଜୁଛନ୍ତି। ବିପୁଳ ଅର୍ଥ ନେଇ ସ୍ୱର୍ଗତ ସୁବଳ ସାହୁଙ୍କ ପରିବାର ବିଜେଡିରେ ମିଶିଛନ୍ତି ବୋଲି ଆଜି କଂଗ୍ରେସ ଦଳର ବରିଷ୍ଠ ନେତା ସୁର ରାଉତରାୟ ଆରୋପ ଲଗାଇଛନ୍ତି। ଯଦିଓ ଏହି ଅଭିଯୋଗକୁ ସୁବଳଙ୍କ ପରିବାର ଓ ବିଜେଡି ଖଣ୍ଡନ କରିଛନ୍ତି, କିନ୍ତୁ ଚର୍ଚ୍ଚା ଥମୁନି।

ଆଜି କଂଗ୍ରେସ ନେତା ଶ୍ରୀ ରାଉତରାୟ କହିଛନ୍ତି, ସ୍ୱର୍ଗତ ସୁବଳ ସାହୁଙ୍କ ପରିବାରକୁ ବିଜେଡି ପ୍ରଭାବିତ କରିଛି। ତାଙ୍କ ପରିବାରକୁ ୨ରୁ ୩ କୋଟି ଟଙ୍କା ଦିଆଯିବା ସହ ଭୁବନେଶ୍ୱରର ଏମ୍‌ସ୍‌ ନିକଟରେ ଏକ ଫ୍ଲାଟ୍‌ ବି ଦିଆଯାଇଛି। ବିଜେଡି ଅତି ତରବରିଆ ଭାବେ ସ୍ୱର୍ଗତ ସାହୁଙ୍କ ପତ୍ନୀ ରୀତା ସାହୁଙ୍କୁ ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ ଏହି ନିଷ୍ପତ୍ତି ବିଜେଡିକୁ ମହଙ୍ଗା ପଡ଼ିବ। ତେବେ ଶ୍ରୀ ରାଉତରାୟଙ୍କ ଅଭିଯୋଗକୁ ସ୍ୱର୍ଗତ ସାହୁଙ୍କ ପୁଅ ସୁମିତ ଖଣ୍ଡନ କରିଛନ୍ତି। ଏସବୁ ଅଭିଯୋଗ ଭିତ୍ତିହୀନ ବୋଲି ସେ କହିଛନ୍ତି। ସେହିପରି ବିଜେଡି ମୁଖପାତ୍ର ପ୍ରଶାନ୍ତ ନନ୍ଦ ବି ଅଭିଯୋଗକୁ ଖଣ୍ଡନ କରିବା ସହ ପ୍ରମାଣ ଦେବାକୁ ଆହ୍ଵାନ ଦେଇଛନ୍ତି।

ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଆଜି ଉପନିର୍ବାଚନକୁ ନେଇ ‘ଥ୍ରି ବି’ ଫର୍ମୁଲା କଥା ଉଠାଇଛନ୍ତି। ସେ କହିଛନ୍ତି, ବିଜେପୁର ନିର୍ବାଚନରେ ଥ୍ରି ବି ଫର୍ମୁଲା ‘ବିଜେଡି-ବିଜେପୁର-ବିଜୟ’ ହିଁ କାମ କରିବ। ବିଜେଡି ବିଜେପୁରରେ ନିଶ୍ଚିତ ଜିତିବ। କିନ୍ତୁ ପ୍ରସନ୍ନଙ୍କ ଏହି ଫର୍ମୁଲାକୁ ବିଜେପି ଗ୍ରହଣ କରିନି। ଦଳର ମୁଖପାତ୍ର ସଜ୍ଜନ ଶର୍ମା କହିଛନ୍ତି, ଶ୍ରୀ ଆଚାର୍ଯ୍ୟ ଯେଉଁ ଥ୍ରି ବି ଫର୍ମୁଲା କହିଲେ ସେଥିରୁ ସେ ବିଜେପିକୁ ଭୁଲିଯିବାର ଅପପ୍ରୟାସ କରୁଥିବା ସ୍ପଷ୍ଟ ଅନୁଭବ ହେଉଛି। ଆଗାମୀ ଉପନିର୍ବାଚନରେ ବିଜେପୁରରୁ ବିଜେପି ବିଜୟ ଅଭିଯାନ ଆରମ୍ଭ କରିବ। ଏହି ବିଜୟ ଧାରା ଜାରି ରହି ୨୦୧୯ରେ ସରକାର ଗଠନ ପରେ ଯାଇ ପୂର୍ଣ୍ଣାହୁତି ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe