ଏନଏସି ଅଧ୍ୟକ୍ଷା, ଉପାଧ୍ୟକ୍ଷଙ୍କ ସମେତ ୮ କାଉନସିଲର ବିଜେଡିମୁହାଁ

Advertisment

ବିଜେପୁର ରାଜନୀତି

ବିଜେପୁର ରାଜନୀତି

ଏନଏସି ଅଧ୍ୟକ୍ଷା, ଉପାଧ୍ୟକ୍ଷଙ୍କ ସମେତ ୮ କାଉନସିଲର ବିଜେଡିମୁହାଁ

ସମ୍ବଲପୁର : ବର୍ତ୍ତମାନ ସାରା ଦେଶରେ ଏକ ପ୍ରକାର ନିର୍ବାଚନ ମାହୋଲ ପରିଲକ୍ଷିତ ହେଉଥିବା ବେଳେ ବିଜେପୁର ଉପନିର୍ବାଚନ ଉପରେ ସବୁ ଦଳର ତୀକ୍ଷ୍‌ଣ ନଜର ରହିଛି। ଆଗକୁ ସାଧାରଣ ନିର୍ବାଚନ ଦୃଷ୍ଟିରୁ ବିଜେପୁର ଉପନିର୍ବାଚନ ସବୁ ଦଳ ପାଇଁ କର ବା ମର ସ୍ଥିତି ହୋଇଛି।

ବିଜେପୁର ଉପନିର୍ବାଚନକୁ ନେଇ ରାଜନୈତିକ ବାତାବରଣରେ ପ୍ରତ୍ୟହ ନୂଆ ନୂଆ ଘଟଣାକ୍ରମକୁ ଚର୍ଚ୍ଚା ଜୋର ଧରିଛି। ଦିବଂଗତ ବିଧାୟକ ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁ ବିଜେଡିରେ ସାମିଲ ହେବା ଏବଂ ଦଳର ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ପ୍ରାର୍ଥିତ୍ୱ ଘୋଷଣା କରି ସାରିଥିବା ବେଳେ ଏବେ ପୁଣି ଏକ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି। ସ୍ୱର୍ଗତ ସୁବଳ ସାହୁଙ୍କ ଅତ୍ୟନ୍ତ ଅନୁଗତ କଂଗ୍ରେସ ଯୁବନେତା ବର୍ତ୍ତମାନର ବରପାଲି ଏନଏସି ଉପାଧ୍ୟକ୍ଷ ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ ବିଜେଡିରେ ସାମିଲ ହେବାକୁ ଯାଉଛନ୍ତି। ଏନଏସି ଅଧ୍ୟକ୍ଷା ମୀନା ସେଠ, ଉପାଧ୍ୟକ୍ଷ ଶ୍ରୀ ତ୍ରିପାଠୀଙ୍କୁ ମିଶାଇ ୮ ଜଣ କାଉନସିଲର ବିଜେଡିରେ ସାମିଲ ହେବେ ବୋଲି ଜଣାପଡ଼ିଛି। ଆସନ୍ତାକାଲି ସେମାନେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବେ ଏବଂ ରବିବାର ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ବୋଲି ଜଣାଯାଇଛି।

ସୂଚନାଯୋଗ୍ୟ, ୧୧ ଓ୍ଵାର୍ଡ ବିଶିଷ୍ଟ ବରପାଲି ଏନ୍‌ଏସିରେ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କୁ ମିଶାଇ ୮ ଜଣ କଂଗ୍ରେସ କାଉନସିଲର ଥିବାବେଳେ ୩ ବିଜେଡି କାଉନସିଲର ଅଛନ୍ତି। ଏଠାରେ ବିଜେପି ଖାତା ଖୋଲି ପାରିନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe