ବିଜେପୁର ଉପନିର୍ବାଚନ କେବେ?

Advertisment
ବିଜେପୁର ଉପନିର୍ବାଚନ କେବେ?

ଭୁବନେଶ୍ୱର : ବିଜେପୁର ବିଧାୟକ ସୁବଳ ସାହୁଙ୍କ ପରଲୋକ ପରେ ଏହି ଆସନଟି ଖାଲି ପଡ଼ିଛି। ଉପ ନିର୍ବାଚନ ଯେ କୌଣସି ମୁହୂର୍ତ୍ତରେ ହୋଇପାରେ ଏଭଳି ଆଶଙ୍କା ରଖି ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ ଘୋଷଣା କରି ଚାଲିଛନ୍ତି। ହେଲେ ଏହି ଉପନିର୍ବାଚନ ଲାଗି ନିର୍ବାଚନ କମିସନ କେବେ ଦିନ ଧାର୍ଯ୍ୟ କରିବେ ତାହାକୁ କେହି ଠଉରାଇ ପାରୁ ନାହାନ୍ତି।

ଆଜି ଗୁଜରାଟ ନିର୍ବାଚନ ଲାଗି ନିର୍ବାଚନ କମିସନ ତାରିଖ ଘୋଷଣା କରିଛନ୍ତି। ଆଶା କରାଯାଉଥିଲା ଆଜି ବିଜେପୁର ଉପନିର୍ବାଚନ ସଂପର୍କରେ ମଧ୍ୟ କମିସନ ଘୋଷଣା କରିବେ। ଏହାକୁ ଦୃଷ୍ଟିରେ ରଖି ସରକାର ମଧ୍ୟ ତରବରିଆ ଭାବେ ମରୁଡ଼ି ପ୍ୟାକେଜ ଓ ବିଜେପୁର ଏନ୍‌ଏସି ଆଦି ପ୍ରସଙ୍ଗ ଘୋଷଣା କରିଥିଲେ। କିନ୍ତୁ ସେମିତି କିଛି ଘଟିଲା ନାହିଁ। କାହିଁକି ନିର୍ବାଚନ କମିସନ ଅଧିକ ସମୟ ନେଉଛନ୍ତି ଏ ନେଇ ରାଜନୈତିକ ପର୍ଯ୍ୟବେକ୍ଷକ ମହଲରେ ତର୍ଜମା ଆରମ୍ଭ ହୋଇଛି। ମିଳିଥିବା ସୂଚନା ଅନୁସାରେ ବିଜେପୁର ଉପନିର୍ବାଚନକୁ ଯିବା ପୂର୍ବରୁ କେନ୍ଦ୍ର ସରକାର ସେ ଅଞ୍ଚଳ ପାଇଁ ସ୍ୱତନ୍ତ୍ର କିଛି ଘୋଷଣା କରିବାକୁ ଆଗ୍ରହ ରଖିଛନ୍ତି। ନିର୍ଦ୍ଦିଷ୍ଟ କେଉଁ କାର୍ଯ୍ୟକ୍ରମ ସଂପର୍କରେ ଘୋଷଣା କରାଗଲେ ଜନମତ ବିଜେପି ଆଡ଼କୁ ଢ଼ଳିବ ସେ ନେଇ ତର୍ଜମା ଚାଲିଥିବା କୁହାଯାଉଛି।

ଉଲ୍ଲେଖଯୋଗ୍ୟ ହାଇକୋର୍ଟରେ ନିର୍ବାଚନ ସଂକ୍ରାନ୍ତ ଏକ ମାମଲା ଥିଲା ବୋଲି ଉପନିର୍ବାଚନ ତାରିଖ ବିଳମ୍ବ ହେଉଥିବା କୁହାଯାଉଥିଲା। ମାତ୍ର ଇତିମଧ୍ୟରେ ହାଇକୋର୍ଟ ନିର୍ବାଚନ ସଂପର୍କରେ ସବୁଜ ସଂକେତ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe