ବିଜେପୁର ଉପନିର୍ବାଚନ : ଅଶୋକ ପାଣିଗ୍ରାହୀ ବିଜେପି ପ୍ରାର୍ଥୀ

Advertisment
ବିଜେପୁର ଉପନିର୍ବାଚନ : ଅଶୋକ ପାଣିଗ୍ରାହୀ ବିଜେପି ପ୍ରାର୍ଥୀ

ଭୁବନେଶ୍ୱର : ବିଜେପୁର ଉପନିର୍ବାଚନ ପାଇଁ ଆଜି ବିଜେପି ତାର ପ୍ରାର୍ଥୀ ଘୋଷଣା କରିଛି। କିଛି ଦିନ ତଳେ ଦଳରେ ଯୋଗଦେଇଥିବା ଅଶୋକ ପାଣିଗ୍ରାହୀ ବିଜେପି ଟିକେଟ୍‌ରେ ଏହି ଉପନିର୍ବାଚନ ଲଢିବେ। କେନ୍ଦ୍ରୀୟ ନିର୍ବାଚନ କମିଟି ସଚିବ ଜେ ପି ନଡ୍ଡା ଏହି ଘୋଷଣା କରିଥିବା ରାଜ୍ୟ ବିଜେପି ପକ୍ଷରୁ କୁହାଯାଇଛି।

ଗତକାଲି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଜେପୁର ଉପନିର୍ବାଚନ ସଂପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା, ବିଜେପି ବିଧାୟକ ଦଳ ନେତା କନକ ବର୍ଧନ ସିଂହଦେଓ ଓ ରାଜ୍ୟ ପ୍ରଭାରୀ ଅରୁଣ ସିଂହଙ୍କ ସମେତ ବହୁ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଏ ନେଇ ବିଶଦ ଆଲୋଚନା ହୋଇଥିଲା। ପରେ ଦଳ ସୂଚନା ଦେଇଥିଲା ଯେ ପରେ ଗଣମାଧ୍ୟମକୁ ପ୍ରତାପ ଷଡ଼ଙ୍ଗୀ କହିଥିଲେ, ବିଜେପି ଜିଲ୍ଲାରୁ ଆସିଥିବା ସମସ୍ତ ପ୍ରାର୍ଥୀଙ୍କ ଆବେଦନକୁ କେନ୍ଦ୍ରୀୟ କମିଟି ପାଖକୁ ପଠାଇ ଦିଆଯାଇଛି। ଖୁବ୍‌ ଶୀଘ୍ର କେନ୍ଦ୍ରୀୟ କମିଟି ନାମ ଘୋଷଣା କରିବ। ଏହି କ୍ରମରେ ଆଜି ଶ୍ରୀ ନଡ୍ଡା ଅଶୋକଙ୍କ ନାମ ଘୋଷଣା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe