ବିଜେପିର ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ: ବିଜେଡି ମୁଖ୍ୟ ନିର୍ବାଚନ କମିସନଙ୍କ ଦ୍ୱାରସ୍ଥ

Advertisment
ବିଧାନସଭା ଭ‌ାଂଗିବା କ୍ଷଣି ନିର୍ବାଚନ ଆଚରଣବିଧି

ନୂଆଦିଲ୍ଲୀ : ବିଜେପୁର ଉପନିର୍ବାଚନରେ ବିଜେପି ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିଥିବା ଅଭିଯୋଗରେ ଆଜି ବିଜେଡିର ତିନି ଜଣିଆ ପ୍ରତିନିଧି ମଣ୍ଡଳ ମୁଖ୍ୟ ନିର୍ବାଚନ କମିସନଙ୍କ ଦ୍ୱାରସ୍ଥ ହୋଇଛନ୍ତିି। ବିଜେପି ଗତକାଲି ତାରକା ପ୍ରଚାରକ ତାଲିକା ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାଖଲ କରିଛି ଯାହା ଆଇନସମ୍ମତ ନୁହେଁ ବୋଲି ବିଜେଡି କହିଛି ଏବଂ ସେ ସଂକ୍ରାନ୍ତ ଆବଶ୍ୟକ ନଥିପତ୍ର ଦାଖଲ କରିଛି। ନିୟମାନୁସାରେ ତାରକା ପ୍ରଚାରକ ତାଲିକା ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବାର ୭ ଦିନ ମଧ୍ୟରେ ଦାଖଲ କରାଯିବା କଥା, କିନ୍ତୁ ବିଜେପି ଏହି ତାଲିକା ଅଷ୍ଟମ ଦିନରେ ଅର୍ଥାତ୍‌ ଚଳିତ ମାସ ୮ ତାରିଖରେ ଦାଖଲ କରିଥିବାରୁ ଆଇନ୍‌ ଅନୁଯାୟୀ ଏହାକୁ ରଦ୍ଦ କରାଯିବାକୁ ବିଜେଡି ଦାବି କରିଛି। ଏତଦ୍‌ବ୍ୟତୀତ ବିଜେପୁର ଉପନିର୍ବାଚନ ପ୍ରଚାରରେ ବ୍ୟବହୃତ ସମସ୍ତ ପ୍ରକାର ଇଲେକ୍ଟ୍ରୋନିକ ଯନ୍ତ୍ରପାତିର ଯାଞ୍ଚ କରିବା ପାଇଁ ମଧ୍ୟ ବିଜେଡି ଅନୁରୋଧ କରିଛି। ବିଜେଡିିର ଏହି ପ୍ରତିନିଧିମଣ୍ଡଳରେ ସାଂସଦ ଭର୍ତ୍ତୃହରି ମହତାବ, ପିନାକୀ ମିଶ୍ର ଏବଂ ରବୀନ୍ଦ୍ର କୁମାର ଜେନା ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe