ଭୁବନେଶ୍ୱର : ବିଜେପୁର ଉପନିର୍ବାଚନ ପାଇଁ ବିଜେଡି ଓ ବିଜେପି ମଧ୍ୟରେ ଟକରାଟକରି ଜୋର୍ ଧରିଛି। ବିଧାୟକ ଅରୁଣ ସାହୁଙ୍କ ବିରୋଧରେ ଅଭିଯୋଗ କଲା ପରେ ଆଜି ବିଜେପି ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଟାର୍ଗେଟ୍ କରିଛି। ମନ୍ତ୍ରୀ ନିର୍ବାଚନ ପ୍ରଚାର କରିବା ବେଳେ ସରକାରୀ ଗାଡ଼ି ବ୍ୟବହାର କରିଛନ୍ତି ବୋଲି ଦଳ ଅଭିଯୋଗ କରିଛି। ଆଜି ଏ ନେଇ ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଅବଗତ କରାଇବା ସହ ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ବିଜେପିର ଏହି ପ୍ରତିନିଧି ଦଳରେ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି, ରାଜ୍ୟ ମୁଖପାତ୍ର ସଜ୍ଜନ ଶର୍ମା, କାଳନ୍ଦୀ ସାମଲ, ଠାକୁର ରଣଜିତ ଦାଶ, ବିଶ୍ୱରଞ୍ଜନ ବଡ଼ଜେନା, ରାଜେଶ ପଟ୍ଟନାୟକ ଓ ହିତେଶ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।
ମନ୍ତ୍ରୀ ସ୍ନେହାଙ୍ଗିନୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି
Advertisment
Follow Us