ଭୁବନେଶ୍ୱର : ବିଜେପୁର ଉପନିର୍ବାଚନ ପାଇଁ ଭାରତୀୟ ନିର୍ବାଚନ କମିସନର ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ଏ ନେଇ ପ୍ରେସ୍ ବିବୃତି ପ୍ରକାଶ ପାଇଛି। ନିର୍ବାଚନ ବିଜ୍ଞପ୍ତି ଆସନ୍ତା ୩୦ ତାରିଖରେ ପ୍ରକାଶିତ ହେବ। ଏହି ଉପନିର୍ବାଚନ ପାଇଁ ପ୍ରଦେଶ କଂଗ୍ରେସ କମିଟି(ପିସିସି) ପକ୍ଷରୁ ପ୍ରାର୍ଥୀ ଘୋଷଣା ଖୁବଶୀଘ୍ର କରାଯିବ। ଆଜି ଏ ନେଇ ସୂଚନା ଦେଇଛନ୍ତି ବିଧାୟକ ତଥା ବିଜେପୁର ବିଧାନସଭା ପର୍ଯ୍ୟବେକ୍ଷକ ମଣ୍ଡଳୀର ମୁଖ୍ୟ ସଂଯୋଜକ ନବକିଶୋର ଦାସ। ତାଙ୍କ କହିବାନୁସାରେ ବିଜେପୁର ଏବେ ବି କଂଗ୍ରେସ ଗଡ଼ ହୋଇରହିଛି। ପୂର୍ବତନ ବିଧାୟକ ସୁବଳ ସାହୁଙ୍କ ଆତ୍ମା କଂଗ୍ରେସରେ ରହିଥିବାରୁ ଦଳର ବିଜୟ ନିଶ୍ଚିତ ବୋଲି ସେ ଦୃଢ଼ୋକ୍ତି କରିଛନ୍ତି।
ବିଜେପୁର ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା ଖୁବଶୀଘ୍ର
Advertisment
Follow Us