କେନ୍ଦ୍ରାପଡ଼ାରେ ଏବେ ବି ବିଜେପିର ସୋସିଆଲ ମିଡ଼ିଆ ସକ୍ରିୟ, ବୈଜୟନ୍ତଙ୍କ ସପକ୍ଷରେ ଭୋଟ ଦେବା ପାଇଁ ଆସୁଛି ଭଏସ୍‌ କଲ୍‌ : ବିଜେଡ଼ି

Advertisment
ବିଜେପିର ଡବଲ୍‌ ଇଞ୍ଜିନ ଫର୍ମୁଲାକୁ ପାହାର : ନୀତି ଆୟୋଗ ତଥ୍ୟ ଦର୍ଶାଇ ଘେରିଲା ବିଜେଡି

ଭୁବନେଶ୍ୱର: ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ସୋମବାର ମତଦାନ ଥିବାବେଳେ ପ୍ରଚାର କାର୍ଯ୍ୟ ଶେଷ ହୋଇସାରିଛି। ଏପଟେ ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ବିଜେପି ବିରୋଧରେ ସିଇଓଙ୍କ ନିକଟରେ ଅଭିଯୋଗ ଆଣିଛି ବିଜେଡ଼ି ପ୍ରତିନିଧି ଦଳ। ବିଜେଡି ଅଭିଯୋଗ ଆଣିଛି ଯେ, କେନ୍ଦ୍ରାପଡ଼ାରେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ହୋଇଛି। କେନ୍ଦ୍ରାପଡ଼ାରେ ବିଜେପିର ସୋସିଆଲ ମିଡ଼ିଆ ସକ୍ରିୟ ରହିଛି । ଆଜି ବି ବିଜେପି ପାଇଁ ସୋସିଆଲ ମିଡ଼ିଆରେ ପ୍ରଚାର ଜାରି ରହିଛି।

ସାଇଲେନ୍‌ସ ପିରିୟଡ଼ ଚାଲିଥିବା ବେଳେ ଲୋକଙ୍କ ପାଖକୁ ଏକ ନିର୍ଦ୍ଦିଷ୍ଟ ନମ୍ବରରୁ ଭଲସ୍‌ କଲ୍‌ ଆସୁଛି। କେନ୍ଦ୍ରାପଡ଼ାର ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କୁ ଭୋଟ ଦିଅନ୍ତୁ ବୋଲି ଭଏସ୍‌ କଲରେ କୁହାଯାଉଛି। ବିଜେପି ସୋସିଆଲ ମିଡ଼ିଆରେ ଏବେ ବି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଥିବା ଅଭିଯୋଗ ନେଇ ସିଇଓଙ୍କୁ ଭେଟିଛି ।

ସୂଚନାଯୋଗ୍ୟ ଶନିବାର କେନ୍ଦ୍ରାପଡ଼ାରେ ବୈଜୟନ୍ତ ପଣ୍ଡା ଟଙ୍କା ବାଂଟୁଛନ୍ତି ବୋଲି ସିଇଓଙ୍କ ଦ୍ୱାରସ୍ଥ ହୋଇଥିଲା। ୪ ଜଣ ସହଯୋଗୀଙ୍କ ସହାୟତା ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଚେଷ୍ଟା କରାଯାଉଛି ବୋଲି ବିଜେଡ଼ି ନେତା କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe