ମହିଳା ବିଲ୍‌ ପାସ ପାଇଁ ସମର୍ଥନ ସଂଗ୍ରହ ଉଦ୍ୟମ: ୨୨ ରାଜନୈତିକ ଦଳଙ୍କୁ ଭେଟିବେ ବିଜେଡି ପ୍ରତିନିଧି ମଣ୍ଡଳୀ

Advertisment
ଓଏଚ୍‌ଆରସି ଅଧ୍ୟକ୍ଷ ପଦ ପୂରଣ ପାଇଁ ରାଜ୍ୟପାଳଙ୍କୁ ନାମ ସୁପାରିସ୍‌

ଭୁବନେଶ୍ୱର: ମହିଳା ବିଲ୍‌ ପାସ ନେଇ ସମର୍ଥନ ହାତେଇବାକୁ ବିଜୁ ଜନତା ଦଳ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ବିଜେଡି ପ୍ରତିନିଧି ମଣ୍ଡଳୀ ୨୨ ରାଜନୈତିକ ଦଳକୁ ଭେଟିବେ। ବିଜେଡି ପ୍ରତିନିଧି ମଣ୍ଡଳୀ ୭ ଜାତୀୟ ଦଳ ଓ ୧୫ ଆଞ୍ଚଳିକ ଦଳର ସମର୍ଥନ ପାଇଁ ଉଦ୍ୟମ କରିଛି। ତିନି ଜଣ ସାଂସଦ ଓ ଜଣେ ବିଧାୟକ ବିଜେପି ନେତାଙ୍କୁ ଭେଟିବେ। ସେହିପରି ୩ ଜଣ ସାଂସଦ ଓ ଜଣେ ବିଧାୟକ କଂଗ୍ରେସ ନେତାଙ୍କୁ ଭେଟିବେ। ପୂର୍ବରୁ ମହିଳା ବିଲ ପାରିତ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଥିଲେ।

ନବୀନ ନିବାସରେ ଆୟୋଜିତ ବୈଠକ ପରେ ଜଣାପଡ଼ିଛି ଯେ, ବିଜେଡିର ସୌମ୍ୟରଂଜନ ପଟ୍ଟନାୟକ, ଅନନ୍ତ ଦାସ, ଅରବିନ୍ଦ ଢାଲି ଏଆଇଟିସିକୁ ଭେଟିବେ। ଶଶି ଭୂଷଣ ବେହେରା, ଅନଙ୍ଗ ଉଦୟ ସିଂହଦେଓ, ପ୍ରତ୍ୟୁଷା ରାଜେଶ୍ୱରୀ ବିଏସ୍‌ପିକୁ ଭେଟିବେ। ପ୍ରସନ୍ନ ଆଚାର୍ଯ୍ୟ, ବେଦ ପ୍ରକାଶ ଅଗ୍ରଓ୍ଵାଲ, ଭର୍ତ୍ତୃହରି ମହତାବ, ସରୋଜିନୀ ହେମ୍ବ୍ରମ ବିଜେପିକୁ ଭେଟିବେ। କଳିକେଶ ସିଂହଦେଓ, କୁଳମଣି ସାମଲ ଓ ରୀତା ତରାଇ ସିପିଆଇ ଓ ସିପିଆଇଏମ୍‌କୁ ଭେଟିବେ। ସେହିପରି କଂଗ୍ରେସକୁ ତଥାଗତ ସତପଥୀ, ପିନାକୀ ମିଶ୍ର, ପ୍ରସନ୍ନ ପାଟ୍ଟଶାଣୀ ଭେଟୁଥିବା ବେଳେ ବଦ୍ରି ନାରାୟଣ ପାତ୍ର, ଅରୂପ ପଟ୍ଟନାୟକ ଓ ଶକୁନ୍ତଳା ଲାଗୁରୀ ଏନସିପିକୁ ଭେଟିବେ।

ସୂଚନାଯୋଗ୍ୟ ଓଡ଼ିଶା ବିଧାନସଭାରେ ମହିଳା ସଂରକ୍ଷଣ ସଂକ୍ରାନ୍ତରେ ରାଜ୍ୟ ସରକାର ଗତ ନଭେମ୍ବର ୨୦ରେ ବଡ଼ ପ୍ରସ୍ତାବ ଆଣିଥିଲେ। ରାଜ୍ୟ ସରକାର ବିଧାନସଭାରେ ୩୩ ପ୍ରତିଶତ ମହିଳା ସଦସ୍ୟ ରହିବେ ବୋଲି ସଂକଳ୍ପ ପାରିତ କରିଥିଲେ। ମହିଳାଙ୍କ ପାଇଁ ଏକ ତୃତୀୟାଂଶ ଆସନ ସଂରକ୍ଷିତ ରହୁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ସଂକଳ୍ପ ପ୍ରସ୍ତାବ ଆଣିଥିଲେ। ମହିଳା ସଶକ୍ତିକରଣକୁ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ଗତ ନଭେମ୍ବର ୨୦ରେ କହିଥିଲେ। ଏହା ପରେ ସଙ୍କଳ୍ପକୁ ସର୍ବସମ୍ମତିକ୍ରମେ ପାରିତ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ। ସେହି ଆଧାରରେ ମୁଖ୍ୟମନ୍ତ୍ରୀ ନବୀନ ଆଜି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe