ନଭେମ୍ବର ୩୦ ଯାଏ ଚାଲିବ ବିଜେଡିର ପଦଯାତ୍ରା

Advertisment
ନଭେମ୍ବର ୩୦ ଯାଏ ଚାଲିବ ବିଜେଡିର ପଦଯାତ୍ରା

ଭୁବନେଶ୍ବର : ଅକ୍ଟୋବର ୨ରୁ ଆରମ୍ଭ ହୋଇଥିବା ବିଜେଡିର ଜନସମ୍ପର୍କ ପଦଯାତ୍ରା ଏକ ମାସ ବ୍ୟାପୀ ଚାଲିବାକୁ ଯୋଜନା ଥିଲା। ଏବେ ଏହାର ସମୟସୀମା ନଭେମ୍ବର ୩୦ ଯାଏ ବୃଦ୍ଧି କରାଯାଇଛି। ତିତଲି ଯୋଗୁ ଉପୁଜିଥିବା ସମସ୍ୟା ଓ ବିଭିନ୍ନ ପର୍ବପର୍ବାଣୀ ପାଳନ ଯୋଗୁ ଏହି କାର୍ଯ୍ୟକ୍ରମ ସବୁ ସ୍ଥାନରେ ପାଳନ କରାଯାଇ ପାରି ନାହିଁ। ସେଥି ପାଇଁ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ସମୟ ଅବଧି ବଢ଼ାଯାଇଛି ବୋଲି ଦଳ ପକ୍ଷରୁ ଜାରି ଏକ ପ୍ରେସ୍ ବିବୃତିରେ କୁହାଯାଇଛି।

ପଦଯାତ୍ରାରେ ପ୍ରତ୍ୟେକ ୱାର୍ଡର ପ୍ରତ୍ୟେକ ପରିବାରକୁ ଯେପରି ସାମିଲ କରାଯାଇପାରିବ, ସେଥି ପ୍ରତି ନିଶ୍ଚିତ ଭାବେ ଧ୍ୟାନ ଦେବାକୁ ଦଳର ସମସ୍ତ କର୍ମକର୍ତ୍ତାଙ୍କୁ ପତ୍ର ଲେଖି ସଭାପତି ଅନୁ‌େରାଧ କରିଛନ୍ତି। ପଦଯାତ୍ରା ସମୟରେ ବିଜେଡି ସରକାରର ଲୋକାଭିମୁଖ୍ୟ କାର୍ଯ୍ୟକ୍ରମ ବିଶେଷ କରି ‘ଆମ ଗାଁ ଆମ ବିକାଶ’, ‘ଆମ ସହର ଆମ ଉନ୍ନତି’,‘ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା’, ରାଜ୍ୟ ସରକାରଙ୍କ ନିଜସ୍ବ ଖାଦ୍ୟ ସୁରକ୍ଷା ଯୋଜନା ସମ୍ପର୍କରେ ବ୍ୟାପକ ଜନସଚେତନତା ସୃଷ୍ଟି କରିବା ସହିତ ଦଳ ତରଫରୁ ଗଢ଼ାଯାଇଥିବା ୱାର୍ଡ କମିଟି ସଦସ୍ୟ ଓ ଜନସାଧାରଣଙ୍କୁ ସଂପୃକ୍ତ କରି ଏହାକୁ ସଫଳତାର ସହ କାର୍ଯ୍ୟକାରୀ କରିବାକୁ କୁହାଯାଇଛି। ଏହା ସହ ଓଡ଼ିଶା ପ୍ରତି ଲଗାତର କେନ୍ଦ୍ରୀୟ ଅବହେଳା, ବିଶେଷ କରି ମହାନଦୀ ଓ ପୋଲାଭରମ୍ ପ୍ରସଙ୍ଗରେ ଓଡ଼ିଶାର ସ୍ବାର୍ଥକୁ ଅଣଦେଖା, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ନ କରିବା, ତୈଳ ଓ ରନ୍ଧନ ଗ୍ୟାସ୍‌ର ଅହେତୁକ ଦର ବୃଦ୍ଧି, ରାଜ୍ୟର ବିଭିନ୍ନ ଜନହିତକର ଯୋଜନାରେ ଅର୍ଥକାଟ ସମ୍ପର୍କରେ ମଧ୍ୟ ଜନସାଧାରଣଙ୍କୁ ଅବଗତ କରାଇବାକୁ ସଭାପତି ପତ୍ରରେ ଅନୁରୋଧ କରିଛନ୍ତି ବୋଲି ବିଜେଡି ସମ୍ପାଦକ ବିଜୟ ନାୟକ ଏକ ପ୍ରେସ୍ ଇସ୍ତାହାରରେ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe