ପାଟକୁରା: ପାଟକୁରା ବିଧାନସଭା ନିର୍ବାଚନରେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ଵାଲ ବିଜୟିନୀ ହେବା ପରେ ରାଜଧାନୀ ଭୁବନେଶ୍ୱରରେ ବିଜୟ ଉତ୍ସବ ମନାଇବ ବିଜେଡି। ବିଜୟ ଖୁସିରେ ରାଜ୍ୟ କାର୍ଯ୍ୟାଳୟରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଦଳୀୟ ନେତା ଓ କର୍ମୀ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ତଥା ଦଳ ସୁପ୍ରିମୋ ନବୀନଙ୍କୁ ଶୁଭେଚ୍ଛା ଜଣାଇବେ। ଅପରାହ୍ନ ୫ଟାରେ ରାଜ୍ୟ କାର୍ଯ୍ୟାଳୟରୁ ଏକ ଶୋଭାଯାତ୍ରା ବାହାରିବ ବୋଲି ସୂଚନା ରହିଛି।
ସାବିତ୍ରୀ ଅଗ୍ରଓ୍ଵାଲ୍ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜୟ ମହାପାତ୍ରଙ୍କୁ ପଛରେ ପକାଇ ବାଜିମାତ୍ କରିଛନ୍ତି। ଭାରତୀୟ ଜନତା ପାର୍ଟ(ବିଜେପି)ର ବିଜୟ ମହାପାତ୍ର ୭୭,୫୦୭ ଖଣ୍ଡ ଭୋଟ୍ ପାଇଥିବା ବେଳେ ୯୫, ୧୬୨ ଖଣ୍ଡ ଭୋଟ୍ ପାଇ ବିଜୟିନୀ ହୋଇଛନ୍ତି ସାବିତ୍ରୀ ଅଗ୍ରଓ୍ଵାଲ୍।
ସମୁଦାୟ ୧୮ ରାଉଣ୍ଡ୍ର ଭୋଟ୍ ଗଣତି ହୋଇଥିଲା। ସାବିତ୍ରୀ ଅଗ୍ରଓ୍ଵାଲ୍ ୧୭, ୬୫୫ ଭୋଟ୍ ଅଧିକ ପାଇଛନ୍ତି। ବିଜୟ ଲାଭ କରିବା ପରେ ସାବିତ୍ରୀ ଅଗ୍ରଓ୍ଵାଲ୍ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଧନ୍ୟବାଦ ଜଣାଇବା ସହ ବିଜୟର ଶ୍ରେୟ ପାଟକୁରାବାସୀଙ୍କୁ ଦେଇଛନ୍ତି।
Follow Us