ଭୁବନେଶ୍ୱର: ଆଜି ନବୀନ ନିବାସରେ ଗଞ୍ଜାମଜିଲ୍ଲା ବିଜେଡିର ନେତାମାନେ ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟି ଜିଲ୍ଲାରେ ଦଳର ସାଂଗଠନିକ ସ୍ଥିତି, ଚାଷୀ ସମସ୍ୟା ଓ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ସମ୍ପର୍କ ରେ ଆଲୋଚନା କରିଥିଲେ।ଜିଲ୍ଲାରେ ଦଳର ସାଂଗଠନିକ  କାର୍ଯ୍ୟକୁ ଆହୁରି ବ୍ୟାପକ କରିବା ପାଇଁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଥିଲେ।

Advertisment

ନବ ଘୋଷିତ ପୌର ପରିଷଦ ମଧ୍ୟରୁ ଗଞ୍ଜାମ ଜିଲ୍ଲାରେ ସାତ ଗୋଟି ULBରେ ପ୍ରଥମ କରି ନିର୍ବାଚନ ହେବାତା ସହିତ ପଞ୍ଚାୟତ ନିର୍ବାଚନ ମଧ୍ୟ ପାଖେଇଆସିଲାଣି।ତେଣୁ ଏବେଠୁ ଜିଲ୍ଲା ସ୍ତରରେ ପ୍ରସ୍ତୁତି ଆରମ୍ଭ କରିବା ଉପରେ ସଭାପତି ଗୁରୁତ୍ୱ ଆରୋପ କରିଥିଲେ। ନିକଟରେରେ ମଣ୍ଡିଗୁଡ଼ିକରେ ଚାଷୀମାନଙ୍କ ହଇରାଣ ବିଷୟରେ ବିରୋଧୀ ଦଳ ନେତା ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିବାରୁ ଗଞ୍ଜାମର ନେତାମାନେ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇ ଥିଲେ। ଏ ପତ୍ରରେ ଶ୍ରୀ ପଟ୍ଟନାୟକ ଦେଇଥିବା ପ୍ରସ୍ତାବ ପ୍ରତି ଗଞ୍ଜାମ ଜିଲ୍ଲାର ଚାଷୀମାନଙ୍କ ଦୃଢ଼ ସମର୍ଥନ ରହିଛି ବୋଲି ସେମାନେ ଜଣାଇଥିଲେ। 

ଆହୁରି ପଢନ୍ତୁ: Sambad Sahitya Pakhya: ‘ସମ୍ବାଦ ସାହିତ୍ୟ ପକ୍ଷ’ ଏକାଦଶ ସନ୍ଧ୍ୟା: 'ଗଣମାଧ୍ୟମର ଭାଷା ଭଦ୍ର ହେବା ଦରକାର, ବର୍ତ୍ତମାନ ସାମ୍ବାଦିକତାର ସଂଜ୍ଞା ବଦଳିଯାଇଛି...'

ଏହି ବୈଠକରେ ନବ ନିଯୁକ୍ତ କାର୍ଯ୍ୟକାରୀ ସଭାପତି ଦ୍ବୟ ପୂର୍ଣଚନ୍ଦ୍ର ସ୍ୱାଇଁ ଓ ଭଗବାନ ପ୍ରତିହାରୀ, ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ, ଭୃଗୁ ବକ୍ସିପାତ୍ର, ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଶ୍ରୀକାନ୍ତ ସାହୁ ଓ ରଂଜିତା ସାହୁଙ୍କ ସମେତ ଗଞ୍ଜାମ ଜିଲ୍ଲାର ୧୩ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ନେତାମାନେ ଉପସ୍ଥିତ ଥିଲେ।