ଆସନ୍ତାକାଲିଠାରୁ ବିଜେଡ଼ିର ଜନସମ୍ପର୍କ ପଦଯାତ୍ରା

ଗାନ୍ଧୀ ଜୟନ୍ତୀରୁ ଆରମ୍ଭ, ଜୟପ୍ରକାଶ ନାରାୟଣ ଜୟନ୍ତୀରେ ଶେଷ

ବରଗଡ଼: ଏନ୍‌ଏସି ଅଧ୍ୟକ୍ଷାଙ୍କ ସମେତ ୮ କାଉନସିଲର ବିଜେଡ଼ିରେ ସାମିଲ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାକୁ ସଚେତନତା ମୂଳକ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ବିଜୁ ଜନତା ଦଳ ପକ୍ଷରୁ ଉଦ୍ୟମ କରାଯାଇଛି। ଏଥି ପାଇଁ ବିଜେଡ଼ି ପକ୍ଷରୁ ସୋମବାର ଠାରୁ ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହେବ। ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ଆରମ୍ଭ ହେବାକୁ ଥିବା ଏହି ପଦଯାତ୍ରା ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀ ପର୍ଯ୍ୟନ୍ତ ଚାଲିବ। ଏହି ସୂଚନା ବିଜେଡ଼ି ପକ୍ଷରୁ ରବିବାର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।

ବିଜେଡ଼ିର ଜନସମ୍ପର୍କ ଯାତ୍ରା ଅକ୍ଟୋବର ୨ରୁ ୧୧ ପର୍ଯ୍ୟନ୍ତ ଚାଲିବ। ପଦଯାତ୍ରା ସମ୍ପର୍କରେ ବିଜେଡ଼ିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ନିଜର ପ୍ରତିକ୍ରିୟାରେ କହିଛନ୍ତି, ବିଜେଡ଼ିର ଏହି ପଦଯାତ୍ରା ନୂଆ ନୁହେଁ। ବିଜେଡ଼ି ପକ୍ଷରୁ ପୂର୍ବରୁ ମଧ୍ୟ ଜନସମ୍ପର୍କର ଆୟୋଜନ କରାଯାଇଛି। ଶ୍ରୀ ଆଚାର୍ଯ୍ୟ କହିଛନ୍ତି, ରାଜ୍ୟ ପ୍ରତି କେନ୍ଦ୍ରର ବୈମାତୃକ ମନୋଭାବ ଦେଖାଇଛି। ଚାଷୀଙ୍କ ପ୍ରତି କେନ୍ଦ୍ର ସରକାରଙ୍କ ଅନ୍ୟାୟ ପସଙ୍ଗରେ ଲୋକଙ୍କୁ ଜଣାଇବୁ ବୋଲି ସେ ସୂଚନା ଦେଇଛନ୍ତି। ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ଆଚାର୍ଯ୍ୟ କହିଛନ୍ତି, କେନ୍ଦ୍ର ସରକାର ଅହେତୁକ ତୈଳ ଦର ବୃଦ୍ଧି କରିଛନ୍ତି। ଏ ସମ୍ପର୍କରେ ଲୋକଙ୍କୁ ଜଣାଇବାକୁ ପଡ଼ିବ। ଜନସମ୍ପର୍କ ପଦଯାତ୍ରାରେ ଓଡ଼ିଶା ନ୍ୟାଯ୍ୟ ଅଧିକାର ସମ୍ପର୍କରେ ଲୋକଙ୍କୁ ସଚେତନ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe