ଭୁବନେଶ୍ବର : ଓଏନ୍ଜିସିର ଅବସରପ୍ରାପ୍ତ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଚିନ୍ତାମଣି ତାଣ୍ଡି, ଟିଟିଲାଗଡ଼ ବ୍ଲକ୍ର ପୂର୍ବତନ ଅଧ୍ୟକ୍ଷ ଭରତ ତାଣ୍ଡିଙ୍କ ସମେତ ସ୍ଥାନୀୟ ଅଞ୍ଚଳର ବହୁ ସରପଞ୍ଚ, ସମିତି ସଭ୍ୟ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ, ସରପଞ୍ଚ, ସମିତି ସଭ୍ୟ ବିଜେଡିେର ଯୋଗ ଦେଇଛନ୍ତି। ନବୀନ ନିବାସରେ ଶ୍ରୀ ତାଣ୍ଡି ଓ ତାଙ୍କ ସମର୍ଥକମାନଙ୍କୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସ୍ବାଗତ କରିବା ସହ ସେମାନଙ୍କ ଯୋଗଦାନ ବଲାଙ୍ଗୀର ଜିଲ୍ଲା ତଥା ଟିଟିଲାଗଡ଼ ନିର୍ବାଚନମଣ୍ଡଳୀରେ ବିଜେଡିର ଶକ୍ତି ବୃଦ୍ଧି କରିବ ବୋଲି କହିଥିଲେ। ଏହି ଅବସରରେ ଚିନ୍ତାମଣି ତାଣ୍ଡି କହିଥିଲେ, ମୁଁ ୩୭ ବର୍ଷ ଚାକିରି କରିବା ପରେ ମୋ ରାଜ୍ୟ ପାଇଁ କିଛି କରିବାକୁ ଇଚ୍ଛା ପ୍ରକାଶ କଲି। ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବ, ସୁଶାସନ, ବିଜେଡିର କାର୍ଯ୍ୟପ୍ରଣାଳୀ ମୋତେ ବହୁତ ପ୍ରେରଣା ଦେଇଛି। ଏହି ମିଶ୍ରଣ କାର୍ଯ୍ୟକ୍ରମରେ ସାଂସଦ କଳିକେଶ ନାରାୟଣ ସିଂହଦେଓଙ୍କ ସମେତ ଦଳର ବହୁ ନେତା ଉପସ୍ଥିତ ଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us