BJD Rally: ଭଦ୍ରକରେ ବିଜେଡିର ବିଶାଳ ପ୍ରତିବାଦ ସଭା

Advertisment

ଭଦ୍ରକ ଜିଲ୍ଲାରେ ଚାଷୀମାନେ ହଇରାଣ ହେବାକୁ ନେଇ ବିଜେଡି ବିଶାଳ ଚାଷୀ ସମାବେଶର ଆୟୋଜନ କରିଛି। ହଜାର ହଜାର ଲୋକ ଓ ଦଳୀୟ ନେତା ଏହି ସମାବେଶରେ ଯୋଗଦେଇ ମୋହନ ମାଝୀ ସରକାର ଡାଉନ୍ ଡାଉନ୍ ସ୍ଳୋଗାନ ଦେଇ ସ୍ଥାନୀୟ ଗାନ୍ଧୀ ପଡ଼ିଆ...

ଭଦ୍ରକ ଜିଲ୍ଲାରେ ଚାଷୀମାନେ ହଇରାଣ ହେବାକୁ ନେଇ ବିଜେଡି ବିଶାଳ ଚାଷୀ ସମାବେଶର ଆୟୋଜନ କରିଛି। ହଜାର ହଜାର ଲୋକ ଓ ଦଳୀୟ ନେତା ଏହି ସମାବେଶରେ ଯୋଗଦେଇ ମୋହନ ମାଝୀ ସରକାର ଡାଉନ୍ ଡାଉନ୍ ସ୍ଳୋଗାନ ଦେଇ ସ୍ଥାନୀୟ ଗାନ୍ଧୀ ପଡ଼ିଆ...

1000707189

ଭଦ୍ରକ (ହରିହର ନାୟକ): ଭଦ୍ରକ ଜିଲ୍ଲାରେ ଚାଷୀମାନେ ହଇରାଣ ହେବାକୁ ନେଇ ବିଜେଡି ବିଶାଳ ଚାଷୀ ସମାବେଶର ଆୟୋଜନ କରିଛି। ହଜାର ହଜାର ଲୋକ ଓ ଦଳୀୟ ନେତା ଏହି ସମାବେଶରେ ଯୋଗଦେଇ ମୋହନ ମାଝୀ ସରକାର ଡାଉନ୍ ଡାଉନ୍ ସ୍ଳୋଗାନ ଦେଇ ସ୍ଥାନୀୟ ଗାନ୍ଧୀ ପଡ଼ିଆ ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ଭଦ୍ରକ ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସି ପହଞ୍ଚି ଥିଲେ। ସରକାର ଧାନର ସହାୟକ ମୂଲ୍ୟ ବୃଦ୍ଧି କରି ଏହି ମୂଲ୍ୟରେ ଚାଷୀଙ୍କ ଠାରୁ ଧାନ ନ କିଣି ଚାଷୀଙ୍କ ଧାନ ଟଙ୍କାକୁ ମିଲରମାନଙ୍କ ଜରିଆରେ ଲୁଟି ନେବାକୁ ଚକ୍ରାନ୍ତ କରୁଛନ୍ତି ବୋଲି ଅଭିଯୋଗ ଆଣିଥିଲେ। 

ଏଫ୍‌ଏକ୍ୟୁ ମାନର ଧାନ ନୁହେଁ କହି ପ୍ରତି କୁଇଣ୍ଟାଲ ଉପରେ ୮ରୁ ୧୦ କିଲୋ ଧାନ କାଟି ନେବା, ମଣ୍ଡିରେ ଧାନ ଧରି ରାତି ରାତି ଲୋକେ ଜଗି ରହିବା, ଚାଷୀଙ୍କୁ ଟୋକନ ଦେଇ ସେମାନଙ୍କ ଠାରୁ ଧାନ ନ କିଣିବା, କିଛି ଚାଷୀଙ୍କର ଧାନ ନେଇ ମଧ୍ୟ ସେମାନଙ୍କୁ ଠିକ ସମୟରେ ଟଙ୍କା ପୈଠ ନକରିବା ଭଳି ସମସ୍ୟା ଭଦ୍ରକ ଜିଲ୍ଲାରେ ଦେଖା ଦେଇଛି। ଭଦ୍ରକ ଜିଲ୍ଲାରେ ଚାଷୀର ଦୁଃଖ ବୁଝିବାରେ ବିଜେପି ସରକାର ବିଫଳ ହେବା ପରେ ବିଜେଡି ଏହାର ପ୍ରତିବାଦ କରି ରାଜରାସ୍ତାକୁ ଆସି ପ୍ରତିବାଦ କଟିଛି। ଚାଷୀର ହକ ପାଇଁ ବିଜେଡିର ଏହି ଲଢେଇ ବୋଲି ବିଜେଡିର ଏହି ସମାବେଶରେ ଯୋଗଦେଇଥିବା ଜିଲା ବିଜେଡି ସଭାପତି ବିଧାୟକ ବ୍ୟୋମକେଶ ରାୟ ପ୍ରକାଶ କରିଛନ୍ତି।  

ପ୍ରତିବାଦ ସଭାରେ ଅଧ୍ୟକ୍ଷତା କରି ଡ ରାୟ କହିଲେ ଚାଷୀର ସ୍ବାର୍ଥ ପାଇଁ ବିଜେଡି ସବୁବେଳେ ଠିଆ ହୋଇଛି। ଆଗାମୀ ଦିନରେ ମଧ୍ୟ ଠିଆ ହେବ। ବିଜେପି ସରକାରକୁ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନରେ ଲୋକେ ବାୟ ବାୟ କରିବେ। ଏ ସରକାର ଏକ ଅପାରଗ ସରକାର ବୋଲି ଲୋକେ ଜାଣି ସାରିଲେଣି। ଏ ସରକାରକୁ ଆଗାମୀ ଦିନରେ ଲୋକେ ପ୍ରତ୍ୟାଖ୍ୟାନ କରିବେ ବୋଲି ବିଧାୟକ ଡ୍ ରାୟ ପ୍ରକାଶ କରୁଥିଲେ। ଏହି ପ୍ରତିବାଦ ସଭାରେ ବିଜେଡିର ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲ ଯୋଗଦେଇ କହିଲେ ବିଜେଡି ସବୁବେଳେ ଚାଷୀ ଓ ସାଧାରଣ ଲୋକଙ୍କ ସ୍ୱାର୍ଥ ପାଇଁ କାମ କରି ଆସୁଛି। ଚାଷୀଙ୍କୁ ତାଙ୍କ ଧାନର ଉପଯୁକ୍ତ ପ୍ରାପ୍ୟ ଦିଆଯାଉ। ପ୍ରତିବାଦ ସଭାରେ  ଭଣ୍ଡାରିପୋଖରୀ ବିଧାୟକ ସଂଜୀବ ମଲ୍ଲିକ କହିଲେ ସରକାର, ମିଲର, ଯୋଗାଣ ବିଭାଗ, ଆରଏମସିର ମିଲି ଭଗତରେ ଚାଷୀର ଧାନ ଟଙ୍କାକୁ ମାରି ଖାଇଯିବାକୁ ଚାଲିଛି ଚକ୍ରାନ୍ତ। ବିଜେଡି ଏହି ଚକ୍ରାନ୍ତକୁ ସଫଳ କରିବାକୁ ଦେବ ନାହିଁ। ଆଗାମୀ ଦିନରେ ଚାଷୀ ସ୍ବାର୍ଥ ପାଇଁ ଏ ଲଢେଇ ଆହୁରି ଜୋରଦାର ହେବ ବୋଲି ବିଧାୟକ ଶ୍ରୀ ମଲ୍ଲିକ ଚେତାବନୀ ଦେଉଛନ୍ତି। ସଭାରେ ଅନ୍ୟମାନଙ୍କ ମଧ୍ୟରେ ଭଦ୍ରକ ଜିଲା ପରିଷଦ ସଭାପତି ପ୍ରଫୁଲ୍ଲ ଜେନା, ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ, ପୂର୍ବତନ ବିଧାୟକ ବିଷ୍ଣୁ ବ୍ରତ ରାଉତରାୟ, ମୁକ୍ତିକାନ୍ତ ମଣ୍ଡଳ, ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ, ଡ ସଞ୍ଜୟ ଦାସ, ଧାମନଗର  ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅଶୋକ ନାୟକ, ତିହିଡି ବ୍ଲକ ଅଧ୍ୟକ୍ଷା ଅବନ୍ତି ମଲ୍ଲିକ, ଭଦ୍ରକ ବ୍ଲକ ଉପାଧ୍ୟକ୍ଷ  ମୁକୁନ୍ଦ ଦେବ୍ ସାମଲ , ଭଦ୍ରକ ବ୍ଲକ ସଭାପତି ପ୍ରଫୁଲ୍ଲ ନାୟକ, ପଙ୍କଜ ବଳ, ଟୁଟୁ ବଳ, ଜିଲ୍ଲା ଯୁବ ବିଜେବି ସଭାପତି ରାକେଶ ପଣ୍ଡା, ବିଜେଡି ଯୁବ ମୋର୍ଚ୍ଚାର ରାଜ୍ୟ ଉପସଭାପତି  ଚିନ୍ମୟ ଦାସ, ଜିଲା ଛାତ୍ର ବିଜେଡ଼ି ସଭାପତି ଭାସ୍କର ମଲ୍ଲିକ, ଭଦ୍ରକ ପୌରଧକ୍ଷା ଗୁଲ୍ ମୁକି ହବିବ, ତାହର ମହମ୍ମଦ, ରାଜ୍ୟ ମହିଳା ଉପସଭାନେତ୍ରି ତାହେରା ଖାତୁନ୍, ବିଜେଡି ଜିଲା ମହିଳା ସଭାନେତ୍ରୀ ବିଦ୍ୟୁତଲତା ନାୟକ, କାର୍ଯ୍ୟକାରୀ ସଭାନେତ୍ରୀ ଦେବୀ ଦତ୍ତା ମହାନ୍ତି ପ୍ରମୁଖ ଯୋଗଦେଇଥିଲେ। 

ଆହୁରି ପଢ଼ନ୍ତୁ: Tarique Rahman : ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ତାରିକ୍‌ ରହମାନଙ୍କୁ ଭାରତକୁ ନିମନ୍ତ୍ରଣ କରାଯିବ

ଏହି ପ୍ରତିବାଦ ଶୋଭାଯାତ୍ରା, ସଭା ଆଜି ଭଦ୍ରକରେ ଚାଷୀ ସମସ୍ୟାକୁ ନେଇ ଏକ ବଡ଼ ପ୍ରଭାବ ପକାଇଛି। ଏହି ଅବସରରେ ବିଜେଡିର ଶତାଧିକ କର୍ମୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିଥିବା ବେକେ ଅପାରଗ ବିଜେପି ସରକାର ନାରା ଦେଇଥିଲେ। ଚାଷୀର ଧାନ ମଣ୍ଡିରେ ପଡ଼ିଛି। ଜିଲ୍ଲାରେ ଲକ୍ଷ୍ ଲକ୍ଷ କୁଇଁଣ୍ଟାଲ୍ ଧାନ ବିକ୍ରି ହୋଇପାରୁ ନାହିଁ। ଚାଷୀ ଆଖିରେ ଲୁହ ଝରୁ ଥିବା ବେଲେ ବିଜେପି ସରକାର ଚାଷୀର ଦୁଃଖ ବୁଝୁ ନାହିଁ। ଅପାରଗ ବିଜେପି ସରକାର ବିରୋଧରେ ଆଜିର ଏହି ଚାଷୀ ଆନ୍ଦୋଳନ ବୋଲି ବିଜେଡି ନେତାମାନେ ନିଜ ନିଜ ବ୍ୟକ୍ତବ୍ୟରେ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।

ଆହୁରି ପଢ଼ନ୍ତୁ: Drinking Water: ଆଜନ୍ମ ଜଳ ଯନ୍ତ୍ରଣା; ମେଗା ପାନୀୟଜଳ ପ୍ରକଳ୍ପ ଅପହଞ୍ଚ

ନିର୍ବାଚନ ପରେ ବିଜେଡିର ଏହା ପ୍ରଥମ ପାୱାର ସୋ’ ବୋଲି ଲୋକେ କହିବା ଆରମ୍ଭ କରିଛନ୍ତି। ଆଗାମୀ ଦିନରେ ବିଭିନ୍ନ ସମସ୍ୟା ନେଇ ବିଜେଡି ଲୋକଙ୍କ ସହ ଠିଆ ହେବ ବୋଲି ବିଜେଡି ଜିଲା ସଭାପତି ବ୍ୟୋମକେଶ ରାୟ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। ବିଜେଡି ଶକ୍ତିଶାଳୀ ରହିଛି। ବିଜେଡିରୁ କିଏ ବାହାରି ଯାଇ କେଉଁ ଦକରେ ମିଶି ଗଲେ ବିଜେଡି ସଙ୍ଗଠନ ଦୁର୍ବଳ ହେବ ନାହିଁ। ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେଡି ତାର ଶକ୍ତି ପ୍ରଦର୍ଶନ କରିବ ବୋଲି ସଭାରେ ବିଧାୟକ ଡ ରାୟ କହିଥିଲେ। ଆଜିର ଏହି ସମାବେଶରେ ଭଦ୍ରକ ଜିଲ୍ଲାର ୭ ଟି ବ୍ଲକରୁ ବହୁ ସଂଖ୍ୟାରେ ଚାଷୀ ଓ ବିଜେଡି କର୍ମୀ ଯୋଗଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe